ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସାମୁହିକ ସାଧାରଣତନ୍ତ୍ର ଦିବସ ପାଳନ, ଯୋଗଦେଲେ ବିଧାୟକ

ଆଜି ହେଉଛି ୭୭ ତମ ସାଧାରଣ ତନ୍ତ୍ର ଦିବସ। ସାଧାରଣ ତନ୍ତ୍ର ଦିବସ ଅବସରରେ ଭାରତ ବର୍ଷରେ ପୁର ପଲ୍ଲୀରେ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ତ୍ରିରଙ୍ଗା ମୟ ହୋଇ ଉଠିଛି ଏବଂ ବିଭିନ୍ନ ଅନୁଷ୍ଠାନ ରେ ଦେଶାତ୍ମବୋଧକ ଗୀତରେ ଦୁଲୁକି ଯାଇଛି ଅଞ୍ଚଳ।
ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଶଶାଙ୍କ ପାତ୍ର ଅଧ୍ୟକ୍ଷତାରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସାମୁହିକ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଙ୍କୁ ସମ୍ବୋଧନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧକ୍ଷା କମଳା ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ବିଶ୍ଵନାଥ ପୁର ଥାନା ଅଧିକାରୀ ତୁଳସୀ ରାମ ଶବର,ବିଧାୟକ ପ୍ରତିନିଧି ପ୍ରତିପ ଘଢେଇ, ବିଶ୍ଵନାଥ ପୁର ସମିତି ସଭ୍ୟ ଅଜିତ ପ୍ରାଧନୀ,ବରିଷ୍ଠ ନାଗରିକ ରଘୁବୀର ନାଗ,ପିଇଡବଲ୍ୟୁ ମିଡ଼ିଆ ଆସୋସିଏସନ ର ସଭାପତି ବି ତିରୁପତି ପାତ୍ର, କାନକୁଟ୍ରୁ ସମିତି ସଭ୍ୟ ମନୋହର ପାଲ,ପାହାଡ଼ ପଦର ସମିତି ସଭ୍ୟ ଜଗଦିଶ ବେନିଆ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଜତା ମଲ୍ଲିକ, ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବ ବ୍ରତ ସାହୁ, ମାଁ ହିରାନନୀଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷତା ଜଗତ ରାମ ନାଏକ,ସମାଜ ସେବୀ ହରିଶଙ୍କର ପାତ୍ର ହରିହର କୁମାର ପ୍ରମୁଖ ମଞ୍ଚାସିନ ଥିଲେ। କିଶୋର କୁମାର ଘଢେଇ ମଞ୍ଚ ପରିଚାଳନା କରିଥିବା ବେଳେ ବିଏସଏସ ଓ, ଅରବିନ୍ଦ ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିଆର ସିଂ ବ୍ଲକ କଳାକାର ସଂଘ ଉପସଭାପତି ହରେକୃଷ୍ଣ ଘଡେ଼ଇ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




