ଦିଲ୍ଲୀ କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼, କୋରାପୁଟ୍ କଫି ଓ କୋଣାର୍କ ମନ୍ଦିର ପ୍ରଦର୍ଶିତ ହୋଇଛି । ଏଥି ସହିତ ଘୋଡ଼ା ନାଚ ପ୍ରଭୃତି ପ୍ରଦର୍ଶିତ ହୋଇଛି।
ଆମର ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମନମୋହକ ପରିବେଷଣ, ପାରମ୍ପରିକ ଘୋଡ଼ା ନାଚର ଚମତ୍କାରୀ ପ୍ରଦର୍ଶନ, ସୁଗନ୍ଧିତ ଓ ସୁସ୍ୱାଦୁ କୋରାପୁଟ କଫି, ଆଧୁନିକ ଭାରତର ପ୍ରତୀକ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ, ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆମର ଅନନ୍ୟ ହସ୍ତତନ୍ତ ଶିଳ୍ପ ଏବଂ ପିପିଲିର ପାରମ୍ପରିକ ଚାନ୍ଦୁଆ କଳା – ଏସମସ୍ତ ଜାତୀୟ ମଞ୍ଚରେ ପ୍ରଦର୍ଶିତ ହେବା ଓଡ଼ିଶାର ପରମ୍ପରା ଓ ପ୍ରଗତିର ସୁନ୍ଦର ସମନ୍ୱୟର ପ୍ରମାଣ ଦେଖିବାକୁ ମିଳିଛି।



