୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ଧର୍ମଘଟ
ଢେଙ୍କାନାଳ – ଆଜି ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିକୁ ନେଇ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ସକାଳ ୯.୦୦ ଘଟିକାରେ ସମସ୍ତ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଏକତ୍ର ହୋଇ ସମସ୍ତ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଥିଲେ। ବେସରକାରୀ ବ୍ୟାଙ୍କ ବନ୍ଦ କାର୍ଯ୍ୟ ସମାପ୍ତ ପରେ ପୁନର୍ବାର ସମସ୍ତ କର୍ମଚାରୀ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ଏକତ୍ରିତ ହୋଇ ଏକ ସଭା ଆୟୋଜନ କରିଥିଲେ।
ଏହି ସଭାରେ ଅଲ୍ ଓଡ଼ିଶା ରିଟାୟାର୍ଡ PNB ବ୍ୟାଙ୍କ ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, କାନରା ବ୍ୟାଙ୍କ AIBEA ଉପସଚିବ ଶ୍ରୀ ଖେତ୍ରବାସୀ ବେହେରା, AIBEA ନେତା ଶ୍ରୀ ଆଶିଷ କୁମାର ସାମଲ, BEFI ନେତା ଶ୍ରୀ ମହେନ୍ଦ୍ର ମୋହରଣା, PNB AIBEA ନେତା ଶ୍ରୀ ପଦ୍ମନାଭ ଜେନା, ଶ୍ରୀ ମନୋଜ ସାହୁ, SBI RA ଜୋନାଲ ସଚିବ ଶ୍ରୀ ଗୋପାଳ ସାହୁ, ଶ୍ରୀ ଜିତେନ୍ଦ୍ର ଦାସ, ଶ୍ରୀମତୀ ପ୍ରଜ୍ଞାନ ପରମିତା ସେଠୀ, ଶ୍ରୀ ସନ୍ତୋଷ ବରାଳା, ଶ୍ରୀ ସୌମ୍ୟ ମିଶ୍ର ଓ ଶ୍ରୀ ଅନ୍ତର୍ୟାମୀ ନାୟକ ଉପସ୍ଥିତ ଥିଲେ।
ବକ୍ତାମାନେ ତାଙ୍କ ଭାଷଣରେ ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ପାଇଁ ସରକାରଙ୍କୁ ଦୃଢ଼ ଆହ୍ୱାନ ଜଣାଇଥିଲେ ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କ ଏକତାକୁ ଅବିକଳ ରଖିବା ପାଇଁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ସମସ୍ତ ଉପସ୍ଥିତ ବ୍ୟାଙ୍କ କର୍ମଚାରୀ, ନେତୃବୃନ୍ଦ, ଅତିଥିବୃନ୍ଦ ଓ ଧର୍ମଘଟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଭୋଟ୍ ଅଫ୍ ଥ୍ୟାଙ୍କ୍ସ ପ୍ରଦାନ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


