ବୃନ୍ଦାବାହାଲ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ
ଧର୍ମଗଡ଼ (ଜାଗ୍ରତ ଭାରତ)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଖଣ୍ଡ ବୃନ୍ଦାବାହାଲ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ ସ୍ବାମୀ ରାମ ହିମାଳୟ ଯୋଗାଶ୍ରମ ଛତ୍ରପୁର, ଦଶପୁର ରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ପ୍ରଥମେ ବିଭିନ୍ନ ସ୍ଥାନରୁ ଆସିଥିବା ହିନ୍ଦୁ ପୁରୁଷ ମହିଳା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା ।ପରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେଲା । ମୁଖ୍ୟ ଅତିଥି ଭାବେ ସ୍ଵାମୀ ରାମ ହିମାଳୟ ଯୋଗାଶ୍ରମ ମଠାଧୀଶ ସ୍ଵାମୀ ସତ୍ୟ ସୌରୁପାନନ୍ଦ ସରସ୍ଵତୀ,ଯୋଗ ଦେଇଥିବା ବେଳେ ହରି କଥା ବାଚକ ଅର୍ଜୁନ ଶାସ୍ତ୍ରୀ, ମୁଖ୍ୟ ବକ୍ତା ଭାବରେ ପ୍ରିୟ ବ୍ରତ ପଣ୍ଡା,ଗୋଲାମୁଣ୍ଡା ଖଣ୍ଡ ଚାଲାକ ନବରତ୍ନ ରାଉତ ଏବଂ ହିନ୍ଦୁ ସମ୍ମିଳନୀ ର ସଭାପତି ଦେଶରାଜ ରାଉତ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଅର୍ଜୁନ ଶାସ୍ତ୍ରୀ ସାମୁହିକ ଭାବରେ ହନୁମାନ ଚାଳିଶା ପଠନ କରାଇଥିବା ବେଳେ ସତ୍ୟ ସୌରୁପାନନ୍ଦ ସରସ୍ଵତୀ ସାମୁହିକ ଗୀତା ପାଠ କରାଇଥିଲେ । ହିନ୍ଦୁ ସମାଜ କିିପରି ଗୋଟିଏ ଡୋରି ରେ ବାନ୍ଧି ହୋଇ ରହିବେ ଜାତି ଜାତି ମଧ୍ୟ ରେ ବିଭାଜନ ନହୋଇ ହିନ୍ଦୁତ୍ୱ କୁ ଆପଣାଇ “ବସୁଧୈବ କୁଟୁମ୍ବକମ୍” କୁ ଧ୍ୟେୟ କରି ହିନ୍ଦୁ ସମାଜର ଅଗ୍ରଗତି କରିବେ ସେ ଉପରେ ସମସ୍ତ ଅତିଥି ମାନେ ନିଜ ନିଜ ମତ ରଖିଥିଲେ ।ଏହି ସମ୍ମିଳନୀ ରେ ପାଖାପାଖି ଶତାଧିକ ପୁରୁଷ,ମହିଳା ଓ ଶିଶୁଙ୍କ ସମାଗମ ହୋଇଥିଲା ।ଏହି କାର୍ଯ୍ୟକ୍ରମ କୁ ଗୋଲାମୁଣ୍ଡା ଖଣ୍ଡ ବୌଦ୍ଧିକ ପ୍ରମୁଖ ପରିକ୍ଷିତ ଖର୍ସେଲ ଓ ସୁଶାନ୍ତ କୁମାର ନାଏକ ପରିଚାଳନା କରୁଥିବା ବେଳେ । ବିଶ୍ବହିନ୍ଦୁ ପରିଷଦ ସଭାପତି ସୁଦର୍ଶନ ନେଗୀ ,ଖଣ୍ଡ କାର୍ଯ୍ୟବାହ ବୈକୁଣ୍ଠ ନାଏକ,ସହ ଶାରୀରିକ ପ୍ରମୁଖ ସୌମ୍ୟ ଭାଇ, ଖଣ୍ଡ ପ୍ରଚାର ପ୍ରମୁଖ ବ୍ରହ୍ମା ପ୍ରସାଦ କାଣ୍ଡ,ସହ ପ୍ରଚାର ପ୍ରମୁଖ ହୁତେଶ ମଶ୍ରା ,ଏକଲ ଅଭିଯାନ ରୁ ଧନୁର୍ଯ୍ୟ ବନ୍ଦିଛୋଡ ଓ ଅନ୍ୟାନ୍ୟ ସ୍ଵୟଂ ସେବକ ଭାଇ ମାନେ ସହଯୋଗ କରିଥିଲେ ।



