ବଡ଼ବିଲ ପୌରାଞ୍ଚଳରେ ବଡ଼ବିଲ ମହୋତ୍ସବ ଗଣ ଦୌଡରୁ ଶୁଭାରମ୍ଭ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆରମ୍ଭ ହେବାକୁ ଯାଉଅଛି ମହୋତ୍ସବର ମହାପର୍ବ ବଡ଼ବିଲ ମହୋତ୍ସବ। ଯାହାର ଶୁଭାରମ୍ଭ ହୋଇଛି ଏକ ବିଶାଳ ଗଣ ଦୌଡରୁ। ଏହି ଅବସରରେ ଆଜି ସକାଳୁ ସକାଳୁ ବଡ଼ବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ଛକଠାରୁ ଏହି ଗଣ ଦୌଡର ଶୁଭାରମ୍ଭ ହୋଇଥିଲା। ଏହି ଗଣ ଦୌଡ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ପାଖାପାଖି ପନ୍ଦରଶହ ଜଣ ପୁରୁଷ ମହିଳା ନିଜ ନିଜର ନାମ ପଞ୍ଜିକୃତ କରିଥିବା ନେଇ ସୂଚନା। ଏହି ବିଶାଳ ଗଣ ଦୌଡ ରେ ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଁଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ବଡ଼ବିଲ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ, କେନ୍ଦୁଝର ସାଂସଦଙ୍କ ବଡ଼ବିଲ ପୌରାଞ୍ଚଳ ପ୍ରତିନିଧି ନୀଳମଣି ମହାନ୍ତ, ଓ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯାଯୋକ ଚନ୍ଦ୍ରଗୁପ୍ତ ପ୍ରାସାଦ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଭାଗ ନେଇଥିଲେ। ଏହି ଗଣ ଦୌଡ ଭଦ୍ରାସାହି ଛକ ରୁ ଆରମ୍ଭ ହୋଇ ବଡ଼ବିଲ ମହୋତ୍ସବ ପଡିଆ ଠାରେ ଶେଷ ହୋଇଥିଲା। ଏହି ବିଶାଳ ଗଣ ଦୌଡ ସମୟରେ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ଭଦ୍ରାସାହି ଠାରୁ ବଡ଼ବିଲ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




