ଯୋଡ଼ାବ୍ଳକ ଅନ୍ତର୍ଗତରେ ବଡଧରଣର ଅଫିମଚାଷକୁ ନଷ୍ଟ କଲା ପ୍ରଶାସନ

ବଡ଼ବିଲ:୨୯/୧/୨୬:(ସରୋଜ କୁମାର ମହାପାତ୍ର): ଅବୈଧ ଭାବରେ ନଦୀ କୂଳରେ ଚାଲିଥିଲା ବଡଧରଣର ଅଫିମ ଚାଷ ତାକୁ ନଷ୍ଟକଲା ପ୍ରଶାସନ। କେନ୍ଦୁଝର ଜିଲ୍ଲାର ଯୋଡ଼ାବ୍ଲକ୍ ତଥା ରୁଗୁଢ଼ି ଥାନା ଅନ୍ତର୍ଗତ ରେ ବଡଧରଣର ଅଫିମ ଚାଷକୁ ନଷ୍ଟ କଲା ଆଞ୍ଚଳିକ ପ୍ରଶାସନ । କେନ୍ଦୁଝର ଜିଲ୍ଲା ଯୋଡ଼ାବ୍ଲକ୍ ରୁଗୁଢି ଥାନା ଅନ୍ତର୍ଗତ ରୋଇଡ଼ା ସ୍ଥିତ କ୍ୟାମ୍ପ୍ ହାଟିଂ ନିକଟ ସୁନାନଦୀ କୂଳରେ ଥିବା ଜଙ୍ଗଲରେ ବେଆଇନ ଅଫିମ ଚାଷ ଠାବ ପରେ ତାକୁ ନଷ୍ଟ କଲା ସ୍ଵତନ୍ତ୍ର ପୋଲିସ ଟିମ୍ ।

ପ୍ରାୟ ୨ ଏକର ରୁ ଅଧିକ ଜମିରେ ବେଆଇନ ଭାବେ ଅଫିମ ଚାଷ କରାଯାଉଥିବା ନେଇ ସୂଚନା।କୈଣସି ବିଶ୍ବସ୍ତ ସୂତ୍ରରୁ ପୋଲିସ ଖବର ପାଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଙ୍କ ନେତୃତ୍ୱରେ ପୋଲିସ ଆଜି ଦୁଇଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଅଫିମ ଚାଷକୁ ନଷ୍ଟକରିଛି ଆଞ୍ଚଳିକ ପ୍ରଶାସନ । ତେବେ ଏହି ଅଫିମ ଚାଷ କେତେ ଦିନରୁ ଏଠାରେ ଏଭଳି ଅବୈଧ ଅଫିମ ଚାଷ କରାଯାଉଥିଲା ଓ କଣ ଏହି ଅଫିମ ଚାଷ ପଛରେ ଆନ୍ତରାଜ୍ୟ ନିଶା ବେପାରୀଙ୍କ ସଂପୃକ୍ତି ରହିଛି ତାହାକୁ ନେଇ ମଧ୍ୟ ସନ୍ଦେହ କରାଯାଉଛି ଏବଂ ଏହି ବଡଧରଣର ଅଫିମ ଚାଷ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ଏନେଇ ବଡ଼ବିଲ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।




