ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି । ବିଦ୍ୟୁତ୍ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି ।
ଏନେଇ କ୍ୟାପିଟାଲ୍ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ, ଶଙ୍କର୍ଷଣ କିଛିଦିନ ହେବ ଯୋଗାଣ ମନ୍ତ୍ରୀଙ୍କ ସହାୟକ ଭାବେ କାର୍ଯ୍ୟ କରୁଥିଲେ ।
ସେ ମନ୍ତ୍ରୀଙ୍କ ପରିବାର ସହ ରହି ଆସୁଥିଲେ । ଗୁରୁବାର ସକାଳୁ କାମ କରିବା ପାଇଁ ସେ ଏକ ପ୍ରକୋଷ୍ଠକୁ ଯାଇଥିଲେ । ଦିନ ପାଖାପାଖି ୯ଟା ସମୟରେ ଅନ୍ୟ କର୍ମଚାରୀ ସେହି ପ୍ରକୋଷ୍ଠକୁ ଯିବା ବେଳକୁ ଶଙ୍କର୍ଷଣ ସଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


