ନକଟି କାନି ଗ୍ରାମ ପଞ୍ଚାୟତ ସମ୍ମୁଖରେ ୩ଦଫା ଦାବି ଅନିର୍ଦିଷ୍ଟ କାଳ ନେଇ ଗଣ ଧାରଣା,
ଗୋଲାମୁଣ୍ଡା/୩୦/୧/୨୬/(ଦୈନିକ ଆଶା,)ନକଟିକାନି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଶତାଧିକ ବୃଦ୍ଧ ବୃଦ୍ଧା ଲୋକ ଧାରଣା ଦେଖିବାକୁ ମିଳିଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ନକଟି କାନି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଶହ ଶହ ପୁରୁଷ ଓ ମହିଳା ବୃଦ୍ଧ ବୃଦ୍ଧା ମାନେ ଉପସ୍ଥିତ ରହି ଧାରଣା ଦେଇ ଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଧାରଣା ଦେଇ ଥିବା ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ଯେ, ନକଟି କାନି ଗ୍ରାମ ପଞ୍ଚାୟତ ହେଉଛି ଏକ ଆଦିବାସୀ, ଏସସି ଦଳିତ ଅଧ୍ୟୁଷିତ ପଞ୍ଚାୟତ ଅଟେ, ଏହି ପଞ୍ଚାୟତରେ ଅଧିନରେ ଥିବା ଏସସି ଓ ଆଦିବାସୀ ଝିଅ ଓ ପୁଅ ମାନେ ଗୋଲାମୁଣ୍ଡା ଓ ଖଲିଆକାନି ହାଇସ୍କୁଲ କୁ ପଢି ଯିବା ପାଇଁ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଲକ୍ଷ୍ମୀ ବସ ଚଳା ଚଳ ପାଇଁ ଅନେକ ଥର ଲିଖିତ ଅଭିଯୋଗ କରି ଥିଲେ ମଧ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି, ଦିତିୟ ରେ, ଏହି ପଞ୍ଚାୟତରେ ଇନ ସୁରେନ୍ସ ଅଦ୍ୟାବଧି ଚାଷୀଙ୍କୁ ମିଳିନି, ତୃତୀୟରେ ଜଙ୍ଗଲ ଜମି ପଟ୍ଟା କେତେକ ବ୍ୟକ୍ତି ଆଦିବାସୀଙ୍କୁ ମିଳିଥିଲା ବେଳେ ଆଉ କେତେକ sc st obc ଙ୍କୁ ଯୋଗାଇ ଦେବା ପାଇଁ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି, ଏହା ସହିତ ଅସହାୟ ଗରିବ ବୃଦ୍ଧ ବୃଦ୍ଧା ମାନେ ଛଅ କିଲୋମିଟର ଅତିକ୍ରମ କରି ବ୍ୟାଙ୍କ କୁ ଯାଇ ପାରୁନାହାନ୍ତି କେତେକ ବୃଦ୍ଧ ବୃଦ୍ଧା ତିନି ମାସ ହେଲା ଚାଲି ଯାଇ ନ ପାରିବାରୁ ନିଜର ଭତ୍ତା ପାଇବାରୁ ବଞ୍ଚିତ, ତେଣୁ ହାତରେ ଭତ୍ତା ଯୋଗାଇ ଦେବା ପାଇଁ ବିଡ଼ିଓ ଙ୍କୁ ଦାବି ରଖି ଥିବା ବେଳେ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି ଫୋନ ଯୋଗେ ପଚାରିବାରୁ ସେ କହିଲେ , ଦୁର୍ବଳ ବୃଦ୍ଧ ବୃଦ୍ଧା ଙ୍କ ତାଲିକା ପିଇଓ ଦେଲେ ନିଶ୍ଚୟ ପଞ୍ଚାୟତରେ ବଣ୍ଟନ ହେବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ, ପିଇଓ ଜୟନ୍ତି ମହାନନ୍ଦ ଙ୍କୁ ମଧ୍ୟ ପରାମର୍ଶ କରିବାରୁ ସେ ମଧ୍ୟ ରାଜି ହୋଇ ଥିଲେ,ଏଭଳି ଲକ୍ଷ୍ମୀ ବସ ସୁପର ଭାଉଜର ପ୍ରେମାନନ୍ଦ ମଙ୍ଗରାଜ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ମଧ୍ୟ ସପ୍ତାହ ମଧ୍ୟରେ ନକଟି କାନି ଗ୍ରାମ ପଞ୍ଚାୟତ କୁ ନିଶ୍ଚିନ୍ତ ଭାବେ ବସ ଚାଲିବ ବୋଲି ଗଣ ଧାରଣାରେ ବସି ଥିବା ସମସ୍ତ ଙ୍କ ଉପସ୍ଥିତିରେ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତିଙ୍କୁ ଫୋନ ଯୋଗେ ପ୍ରକାଶ କରି ଥିଲେ, ଏ ପରି ଜଙ୍ଗଲ ଜମି ପଟ୍ଟା ପାଇଁ ଅଞ୍ଚଳର ବନପାଳ ରମେଶ ଚନ୍ଦ୍ର ବାଗ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ମଧ୍ୟ କହି ଛନ୍ତି ଯେ ଆସନ୍ତା କାଲି ମଧ୍ୟରେ ଗୋଲାମୁଣ୍ଡା ଅଫିସ କୁ ଆସି ଦେଖା କରନ୍ତୁ ବୋଲି ଜଣାଇ ଥିଲେ, କିନ୍ତୁ ଧାରଣାରେ ବସି ଥିବା ବୃଦ୍ଧ ବୃଦ୍ଧା ଲକ୍ଷ୍ମୀ ବସ ନ ଚାଲିବା ପ୍ରଜ୍ୟନ୍ତ ଗଣ ଧାରଣା ରହିବ ବୋଲି ଯତୀନ୍ଦ୍ର ସେନାପତି, ଓ ୱାର୍ଡ଼ ମେମ୍ୱର ଦିବାକର ତାଣ୍ଡି ଓ ବୃଦ୍ଧ ବୃଦ୍ଧା ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ଦେଖିବାକୁ ବାକି ରହିଲା ଯେ ସତରେ ଲକ୍ଷ୍ମୀ ବସ ଚାଲିବା ପ୍ରତିଶ୍ରୁତି ଓ ବୃଦ୍ଧ ବୃଦ୍ଧା ଙ୍କ ଭତ୍ତା ଯୋଗାଇ ଦେବାରେ କେତେ ଯେ ସତ୍ୟତା ରହିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି, ଆଜି ତିନି ଦଫା ଦାବି ନେଇ ଅନିଦିଷ୍ଠ ପାଇଁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବା ପାଇଁ ପଞ୍ଚାୟତ ଅଧିନର କର୍ମ କର୍ତ୍ତା ଙ୍କୁ ଜଣାଇ ଥିଲେ ବି ଜଣେ ୱାର୍ଡ଼ ମିମ୍ୱର ବ୍ୟତୀତ, ସରପଞ୍ଚ କିମ୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ନ ଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇ ଥିଲା, ଏ ନେଇ ଗୋଲାମୁଣ୍ଡା ଥାନା ପକ୍ଷରୁ ଏ,ଏସ ଆଇ ଭାରତ ଲାଲ ଅହିର ସହ ଦଳବଳ ଧାରଣା ସ୍ଥଳରେ ଆସି ଥିଲେ, ହେଲେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜି ନ ଥିଲା,
ଧମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



