ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସସସ୍ତ୍ର ଡକାୟତି ଘଟଣାରେ ଅଭିଯୁକ୍ତ ପୋଲିସ୍ ଗୁଳିରେ ଆହତ

କେନ୍ଦୁଝର ଜିଲ୍ଲା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣାରେ ଆଉ ଜଣେ ଅପରାଧୀ ପୋଲିସ୍ ଗୁଳିରେ ଆହତ ଓ ଗିରଫ। କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ମୁଖ୍ୟ ରାସ୍ତାର ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟସ୍ତ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ରୁ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ସଂପୃକ୍ତ ଆଉଜଣେ ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହୋଇଛି ବଡ଼ବିଲ ପୋଲିସ୍। ସୂଚନା ଅନୁଯାୟୀ ବିହାର ରାଜ୍ୟ ପାଟନା ଜିଲ୍ଲା ପିପ୍ରା ଅଞ୍ଚଳର ସିପୁ କୁମାର ନାମକ ଅଭିଯୁକ୍ତ ଟାଙ୍କୁରା ଅଞ୍ଚଳରେ ଥିବା ସନ୍ଧାନ ପାଇବା ପରେ ସକାଳୁ ପୋଲିସ୍ ଅଭିଯୁକ୍ତ କୁ ଗିରଫ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ପୋଲିସ୍ ଟିମ୍ ଉପରକୁ ଗୁଳି ଚଳାଇଥିଲା ପୋଲିସ୍ ର ପାଲଟା ଗୁଳି ଚାଳନା ଯୋଗୁ ଅଭିଯୁକ୍ତ ପୋଲିସ୍ ଗୁଳିରେ ଆହତ ହୋଇଥିବା ବେଳେ ବଡ଼ବିଲ ପୋଲିସ୍ ତାକୁ କାବୁ କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ତେବେ ଅନ୍ୟ ଅଭିଯୁକ୍ତ ମାନଙ୍କୁ କାବୁ କରିବା ପାଇଁ ପୋଲିସ୍ ଉଦ୍ୟମ ଚଳାଇଥିବା ନେଇ ସୂଚନା। ତେବେ ଗିରଫ ଅଭିଯୁକ୍ତ ବିରୋଧରେ ଓଡ଼ିଶା ସମେତ ବିହାର ଝାଡ଼ଖଣ୍ଡ ରେ ମଧ୍ୟ ମଡର, ଡକାୟତି ରବରି, ବସୁଲି ଓ ଅପହରଣ ଭଳି ସଙ୍ଗୀନ ମଲାଲା ରହିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




