ମହଙ୍ଗା ପଡିଲା ସାଙ୍ଗମାନଙ୍କ ସହ ପିକନିକ କରିବା, ପିକନିକଯାଇ ଯୁବକ ମୃତ।

ମହଙ୍ଗା ପଡିଲା ସାଙ୍ଗ ମାନଙ୍କ ସହ ମିଶି ପିକନିକ୍ କରିବା। ଯାଇଥିଲେ ସାଙ୍ଗ ହୋଇ ଫେରିଲେ ମୃତହୋଇ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ, ସାଙ୍ଗମାନଙ୍କ ସହ ପିକନିକ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ବାଚୁ ହଟିଙ୍ଗ ଅଞ୍ଚଳର ମିହିର ଦାସ ବୋଲି ସୂଚନା। ଅନ୍ୟ ସହକର୍ମୀଙ୍କ ସହ ମିଶି ପିକନିକ କରିବାକୁ ଲହଣ୍ଡା ଯାଇଥିବା ନେଇ ସୂଚନା। ତାଙ୍କ ସାନଭାଇ ସୌରଭ ବଡ଼ଭାଇ ମିହିରକୁ କଲ୍ କରିଥିଲେ, ମାତ୍ର ସେ ଫୋନ୍ ରିଶିଭ କରିନଥିଲେ । ସନ୍ଧ୍ୟାରେ ଖୋଜାଖୋଜି ପରେ ଲହଣ୍ଡା ସୁନାନଦୀ ରାସ୍ତା କଡ଼ରେ ମିହିରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ କରିଥିଲେ । ସେଠାରେ ତାଙ୍କର ବାଇକ୍ ମଧ୍ୟ ପଡ଼ିଥିଲା । ଏନେଇ ଯୋଡ଼ା ପୋଲିସ କୁ ଖବର ଦେଇଥିଲେ।ସୂଚନା ପାଇବାପରେ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଚାରି ଜଣଙ୍କୁ ପୋଲିସ୍ ଥାନାରେ ଅଟକ ରଖି ପଚର ଉଚରା ଚଳାଇଥିବା ନେଇ ସୂଚନା । ତେବେ କିଏ ଓ କାହିଁକି ମିହିରକୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



