ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ, ଆରୋପୀ ଲମ୍ବୋଦର ଫେରାର୍ ।

ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତରେ। ବଲାଣି ଥାନା ଅନ୍ତର୍ଗତ ବଲାଣି ମାର୍କେଟ ରେ ଘଟିଛି ଏହି ଅଭାବନୀୟ ଘଟଣା। ଜଣେ ନାବାଳିକା କୁ ଲମ୍ବଧର ପଲେଇ ନାମକ ଏକ ଯୁବକ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ନେଇ ଉକ୍ତ ନାବାଳିକା ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଗତ ତିରିଶ ତାରିଖରେ ବଲାଣୀ ଷ୍ଟୋର ପଡ଼ିଆ ଠାରେ ଏକ କ୍ରିକେଟ ଖେଳ ଅନୁଷ୍ଟିତ ହୋଇଥିଲା ଯେଉଁ ଥିରେ ନାବାଳିକା ଝିଅର ମା ଅତିଥି ଭାବେ ଯୋଗ ଦେବାକୁ ଯାଇଥିବା ବେଳେ ନାବାଳିକା ମଧ୍ୟ ମା ସହିତ ଉକ୍ତ ସ୍ଥାନକୁ ଯାଇଥିଲା ।

ତେବେ ଲମ୍ବଧର ପଲେଇ ଉକ୍ତ ନାବାଳିକା ଙ୍କୁ କିଛି ପ୍ରଭଲବନ ଦେଖାଇ ଉକ୍ତ ଜାଗାରୁ ନିକଟରେ ଥିବା ନିଜ ହୋଟେଲ କୁ ନେଇଥିଲା। ସେଠାରେ ଝିଅଙ୍କୁ ଏକ ଅଣ୍ଡା ରୋଲ ଦେଇ ଲମ୍ବଦର ନିଜେ ରହୁଥିବା କମ୍ପାନୀ ରୁମ୍ କୁ ଡାକି ନେଇଥିଲା।ସେହି ସମୟରେ ଲମ୍ବଧର ଙ୍କ ରୁମ୍ ରେ କେହି ହେଲେ ନଥିଲେ। ଏହାର ସୁଜୋଗ ନେଇ ନାବାଳିକା କୁ ବିଭିନ୍ନ ଖାଦ୍ୟ ଆଳ ପ୍ରଭଲନ ଦେଖାଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ନେଇ ଅଭିଯୋଗ ହୁଏ। ନାବାଳିକା ଜଣକ କାଳେ ଚିଲେଇ ପାଟି କରିବା ଭୟରେ ନାବାଳିକା ଜଣକ ଙ୍କୁ ନେଇକି ଯାଇଥିବା ଜାଗାରେ ଛାଡ଼ି ଦେଇ ଆସିଥିଲା । ପରଦିନ ସକାଳେ ସ୍କୁଲ ଯିବା ସମୟରେ କିଛି ଖିଆ ପିଆ ନକରିବା ରୁ ପରିବାର ଲୋକେ ନାବାଳିକା କୁ ପଚାରି ବୁଝିଥିଲେ । ନାବାଳିକା ଜଣଙ୍କ କାନ୍ଦି କାନ୍ଦି ସମସ୍ତ କଥା ପରିବାର ଲୋକଙ୍କ ଆଗରେ ବଖାଣି ଥିଲେ। ଏ ନେଇ ପରିବାର ଲୋକେ ବଲାଣୀ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ଆଧାର ରେ ପୋଲିସ୍ ଭାରତୀୟ ନିୟାୟ ସଂହିତା ଅଭିଯୁକ୍ତ ନାମରେ ବଲାଣି ଥାନାରେ କେସ ନଂ ୧୭/୨୬ ଏବଂ ୧୦ ପୋକ୍ସ ଆକ୍ଟ ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ କରିଥଲେ ସୁଦ୍ଧା ଏଯାଏଁ ଅଭିଯୁକ୍ତ କୁ ପୋଲିସ୍ ଧରି ପାରିନାହିଁ। ଏ ଘଟଣା ପ୍ରଘଟ ହେବା ପରେ ବହୁ ସଂଖ୍ୟାରେ ସ୍ଥାନୀୟ ପୁରୁଷ ଓ ମହିଳା ସଂଘବଦ୍ଧ ଭାବେ ଅଭିଯୁକ୍ତ ଲମ୍ବୋଦର ର କୁଶ ପୁତ୍ତଳିକା ଧରି ଏକ ଶୋଭାଯାତ୍ରା ରେ ଯାଇ ଅଭିଯୁକ୍ତ ର କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି। ଦେଖିବାକୁ ବାକି ରହିଲା କି ବଲାଣି ପୋଲିସ୍ ଅଭିଯୁକ୍ତ କେବେ ଗିରଫ କରୁଛି ଓ କି ପ୍ରକାର ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



