ଶିକ୍ଷୟିତ୍ରୀ ପାଇଲେ *ସମୀକ୍ଷା ସାରଥୀ ସମ୍ମାନ

ବରଗଡ:୩/୨(ପବିତ୍ର ମେହେର)ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ସାହିତ୍ଯ ସଂସଦର ରାଜ୍ଯ ସ୍ତରୀୟ ଦ୍ବିତୀୟ ବାର୍ଷିକ ମହୋତ୍ସବ ଓ ବାର୍ଷିକ ବିଶେଷାଙ୍କ “ମୋ ପରିଚୟ ମୋ ମାତୃଭାଷା” ଉନ୍ମୋଚନ ଭୂବନେଶ୍ବର ସ୍ଥିତ ୟୁନିଟ-୯, ବୁଦ୍ଧ ମନ୍ଦିରରେ *ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପ ର ଶିକ୍ଷୟିତ୍ରୀ, କବୟିତ୍ରୀ ତଥା ସମାଜ ସେବୀ ଅନୁସୂୟା ଦେବତା ଙ୍କୁ “ସମୀକ୍ଷା ସାରଥୀ” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି lଏହି ସଭାରେ ଅନୁଷ୍ଠାନ ସହ ଜଡିତ ଥିବା ୧୫୦ରୁ ଅଧିକ କବି ଓ କବୟିତ୍ରୀ ମାନେ ବହୁସଂଖ୍ୟାରେ ଯୋଗଦାନ ପୂର୍ବକ ସ୍ୱରଚିତ କବିତା ଆବୃତ୍ତି କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀଯୁକ୍ତ ପ୍ରହ୍ଲାଦ ସାହୁଙ୍କ ତତ୍ତାବଧାନ ରେ କବିତା ପାଠୋତ୍ସବ ରେ ସଭାପତିତ୍ବ କରିଥିଲେ ବାଣୀପୁତ୍ର କୁଳମଣି ବାରିକ ।ଦ୍ବିତୀୟ ଅଧିବେଶନରେ ଉତ୍ସବଟିକୁ ପୌରହିତ୍ୟ କରିଥିଲେ ଅନୁଷ୍ଠାନର ଉପ ସଭାପତି ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ କାହ୍ନୁଚରଣ ପାଣିଗ୍ରାହୀ । ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ କବି ଅନଙ୍ଗ ପଟେଲ ଓ ଶ୍ରୀମତୀ ଦେବତା। ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଶିଷ୍ଟ କବି ଓ କଣ୍ଠଶିଳ୍ପୀ ବିଶ୍ୱନାଥ ଓଝା, ଅନୁସୂୟା ଦେବତା, ପ୍ରୀୟଙ୍କା ସେଠୀ ଓ ଅନୁପମା ନାଥ ଶର୍ମା। ମୁଖ୍ଯ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ଅନୁବାଦକ ଏବଂ ଶାରଳା ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁସାହିତ୍ୟିକ ଓ ସୁବକ୍ତା ଶ୍ରୀଯୁକ୍ତ ଗୌରହରି ଦାସ ମହୋଦୟ ଯୋଗଦାନ କରି ରୀତିଯୁଗର କବି ଓ କବୟିତ୍ରୀ ଙ୍କ କବିତା ରଚନାରେ ଜାତୀୟ ଭାବନାରେ ଓଡ଼ିଆ ଭାଷା ଓ ସାହିତ୍ଯ ର ମହତ୍ତ୍ବ ଓ ତାହାର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ ।ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସୁସାହିତ୍ୟିକ ଓ ସୁବକ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ ପାରାଦୀପ ମହାବିଦ୍ୟାଳୟ, ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ମିଶ୍ର, ଯୋଗଦାନ କରି ଏବେକାର ସାହିତ୍ଯ ସୃଷ୍ଟିର ମହତ୍ତ୍ବକୁ ଅବତୀର୍ଣ୍ଣ କରି ଅତୀତ ଓ ବର୍ତ୍ତମାନର ସାହିତ୍ଯ ସୃଷ୍ଟି ଉପରେ ପର୍ଯ୍ଯାଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ କବି ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉମାବଲ୍ଲଭ ଷଡଙ୍ଗୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



