
କଟକ – କଟକ ଜିଲ୍ଲାପାଳ ଏବଂ ମେୟରଙ୍କୁ ଘେରିଲେ ଶୈଳବାଳା କଲେଜର ଛାତ୍ରୀ। ଗୋରାକବରସ୍ଥିତ ଆଜି ମଧୁବାବୁଙ୍କ ଜୟନ୍ତୀରେ ଧାରଣାରେ ବସିଥିଲେ କଲେଜର ଛାତ୍ରୀ। ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ଆଜିକୁ 13 ଦିନ ହେବ କଲେଜ ସମ୍ମୁଖରେ ଅନଶନରେ ବସିରହିଥିଲେ। ଜିଲ୍ଲାପାଳ ଦତ୍ତତ୍ରେୟ ଭାଉସାହେବ ସିନ୍ଧେ, ମେୟର ସୁବାଷ ସିଂ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିବା ବେଳେ ପୂର୍ବରୁ ଧାରଣାରେ ବସିଥିବା ଛାତ୍ରୀ ମାନେ ଘେରିଥିଲେ। କଲେଜକୁ ଏତେ ବର୍ଷ ହେବ ପ୍ରତିଷ୍ଠା କରାଯଇଥିଲେ ବି ବିଶ୍ୱବିଦ୍ୟାଳୟ ମାନ୍ୟତା କାଇଁ ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ।

ତେବେ ମେୟର ସୁବାଷ ସିଂ ଛାତ୍ରୀ ମାନଙ୍କ ସହ ଧାରଣାରେ ବସି ରହିଥିଲେ। ପୂର୍ବ ସରକାର ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ। ହେଲେ ମୁଁ ମେୟର ହିସାବରେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ମେୟର ସୁବାଷ ସିଂ। ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ ଛାତ୍ରୀମାନଙ୍କ ସହ ଆଲୋଚନା କରୁଥିଲେ। ହେଲେ ସରକାର ଯାହା କରିବେ କହି ଆଲୋଚନାରୁ ହଠାତ ଚାଲିଯାଇଥିଲେ ଜିଲ୍ଲାପାଳ।



