ବେଆଇନ୍ ବାଲି ଘାଟ ଉପରେ ପ୍ରଶାସନର ଚଢ଼ାଉ ଲୋଡର୍ ମେସିନ୍ ସହ ବାଲି ଜବତ୍

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଅବୈଧ ବାଲି ଘାଟ ଉପରେ ପ୍ରଶାସନର ଚଢ଼ାଉ, ଲୋଡର ମେସିନ୍ ଓ ବିପୁଳ ପରିମାଣର ବାଲି ଜବତ୍, ଆସାମୀ ଫେରାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଚୋରା ବାଲି ଘାଟରେ ରାଜସ୍ବ ବିଭାଗର ଚଢ଼ାଉ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ତହସିଲ ଅନ୍ତର୍ଗତ କେମୁଣ୍ଡିଆ ବୈତରଣୀ ବାଲି ଘାଟରେ ମଧ୍ୟ ରାତ୍ରୀରେ ଚମ୍ପୁଆ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିବା ନେଇ ସୂଚନା। ଲୋଡର ମେସିନ ସହିତ ବିପୁଳ ପରିମାଣର ବାଲି ଜବତ ହେଇଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତି ମାନେ ଅନ୍ଧାର ରାତିର ସୁଯୋଗ ନେଇ ଘଟଣା ସ୍ଥଳରୁ ଚମ୍ପଟ୍ ହୋଇଯାଇଥିବା ଜଣାପଡିଛି।

ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚଢ଼ାଉ ହେଇଥିବା ବେଳେ ଚଢ଼ାଉ ରେ ଚମ୍ପୁଆ ଅତିରିକ୍ତ ତହସିଲଦାର ପୋଲିସ ଫୋର୍ସ ସାମିଲ ହୋଇଥିଲେ । ଦୀର୍ଘ ଦିନ ହେବ ବେଆଇନ ଭାବେ ଏହି ବାଲି ଘାଟରୁ ରାତିରେ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଡେରିରେ ହେଲେ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ଏତାଦୃଶ କାର୍ଯ୍ୟନୁଷ୍ଠାନ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





