ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ତାରିଖରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ । ତାଙ୍କର ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତ କରୁଛନ୍ତି । ଏହା ହେଉଛି ଭାରତ-ମାଲେସିଆ ଦ୍ୱିପକ୍ଷିୟ ସମ୍ପର୍କକୁ ୨୦୨୪ ମସିଆ ଅଗଷ୍ଟରେ ସମନ୍ୱିତ ରଣନୈତିକ ଭାଗିଦାରୀରେ ପରିଣତ କରିବା ପରେ ଶ୍ରୀ ମୋଦୀଙ୍କର ପ୍ରଥମ ତଥା ମାଲେସିଆକୁ ତୃତୀୟ ଗସ୍ତ ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ମୋଦୀ ତାଙ୍କର ମାଳେସିଆ ପ୍ରତିପକ୍ଷଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷିୟ ପ୍ରସଙ୍ଗରେ ଆଲୋଚନା କରିବେ ।



