୨୦୨୬ ଗଣତନ୍ତ୍ର ଦିବସ ଶିବିରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୩୭ ଜଣ ଏନସିସି ସମ୍ବର୍ଦ୍ଧିତ

କଟକ, ୦୬ ଫେବୃଆରୀ ୨୦୨୬:
୨୯ ଡିସେମ୍ବର ୨୦୨୫ ରୁ ୨୮ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ଶିବିର (ଆରଡିସି) ୨୦୨୬ ରେ ପ୍ରଶଂସନୀୟ ଏବଂ ଶୃଙ୍ଖଳିତ ଅଂଶଗ୍ରହଣ କରିଥିବା ୩୭ ଜଣ ଏନସିସି କ୍ୟାଡେଟଙ୍କୁ ସମ୍ମାନିତ କରିବା ପାଇଁଁ ଏନସିସି ଗ୍ରୁପ ମୁଖ୍ୟାଳୟ, କଟକ ୦୪ ଫେବୃଆରୀ ୨୦୨୬ ରେ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରିଥିଲା।
ଉକ୍ତ ଶିବିରରେ ଏନସିସି କଟକ ଗ୍ରୁପ୍ ମୁଖ୍ୟାଳୟ ଅନ୍ତର୍ଗତ ଅନେକ ୟୁନିଟର କ୍ୟାଡେଟମାନେ ସଫଳତାର ସହିତ ଦୁଇ ମାସ ଧରି ଏକ କଠୋର କାର୍ଯ୍ୟସୂଚୀ ଯେଉଁଥିରେ ଉତ୍ସବାତ୍ମକ ପରେଡ୍, ସାଂସ୍କୃତିକ କାର୍ଯ୍ୟକଳାପ, ଜାତୀୟ ସମନ୍ୱୟ କାର୍ଯ୍ୟକ୍ରମ,ଡ୍ରିଲ୍ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା ଆଦି ଅନ୍ତର୍ଭୁକ୍ତ ଥିଲା।ସେମାନଙ୍କର ଅଂଶଗ୍ରହଣ ୨୬ ଜାନୁଆରୀ ୨୦୨୬ ଗଣତନ୍ତ୍ର ଦିବସରେ ଶେଷ ହୋଇଥିଲା,ଯାହା ଏନସିସି ସହିତ ଜଡିତ ଶୃଙ୍ଖଳା,ଦେଶଭକ୍ତି ଏବଂ ଏସ୍ପିରିଟଡି କର୍ପସର ସର୍ବୋଚ୍ଚ ମାନଦଣ୍ଡ ପ୍ରଦର୍ଶନ କରିଥିଲା।
ସମାରୋହ ସମୟରେ, କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ, ଗ୍ରୁପ୍ କମାଣ୍ଡର କଟକ କ୍ୟାଡେଟମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତତା,କର୍ତ୍ତବ୍ୟ ନିଷ୍ଠା ଏବଂ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା କରି କହିଥିଲେ ଯେ ଗଣତନ୍ତ୍ର ଦିବସ ପାଇଁ ଚୟନ ଏକ ବଡ଼ ଗର୍ବର ବିଷୟ ଏବଂ ଏହା ଜଣେ କ୍ୟାଡେଟର ସର୍ବାଙ୍ଗ ଉତ୍କର୍ଷତାର ପ୍ରମାଣ।ଜାତୀୟ ସ୍ତରରେ ସେମାନଙ୍କର ସକ୍ରିୟ ଏବଂ ଶୃଙ୍ଖଳିତ ଅଂଶଗ୍ରହଣ ସେମାନଙ୍କ ୟୁନିଟ୍ ଏବଂ ରାଜ୍ୟ କୁ ଗୌରବାନ୍ୱିତ କରିଥିବାରୁ ସେ କ୍ୟାଡେଟ୍ ମାନଙ୍କୁ ଅଭିନନ୍ଦନ କରିଥିଲେ।
ଏହି କାର୍ଯ୍ୟକ୍ରମ ଜୁନିଅର କ୍ୟାଡେଟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା। ସେମାନଙ୍କୁ ଉତ୍କର୍ଷତା ପାଇଁ ପ୍ରୟାସ କରିବା ଏବଂ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ଶିବିରରେ ଅଂଶଗ୍ରହଣ ପାଇଁ ଆକାଂକ୍ଷା ସୃଷ୍ଟିକରିବା ପାଇଁ ପ୍ରେରଣା ଦେଇଥିଲା।ସଭା ଶେଷରେ କର୍ତ୍ତବ୍ୟନିଷ୍ଠ ଯୁବସମାଜ ଗଠନରେ ଏନସିସିର ଅଦ୍ଵିତୀୟ ଭୂମିକାକୁ ପ୍ରଶଂସା କରାଯାଇଥିଲା।




