:ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ହାଇସ୍କୁଲରେ ଅଗ୍ନକାଣ୍ଡ::

ବରଗଡ:୬/୨(ପବିତ୍ର ମେହେର) ଗତ ଶୁକ୍ରବାର ଦିନ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନରେ ଥିବା କୁଲିତା ଟୁକୁରା ଉଚ୍ଚ ବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା l ସନ୍ଧ୍ୟାରେ ଗାଁ ପିଲା ମାନେ ଦେଖି ନିଆଁ ଲିଭେଇବା ପାଇଁ ଯେତେ ଚେଷ୍ଟା କଲେ ସୁଦ୍ଧା ନିଆଁ ଏତେ ଜୋର ଧରିଥିଲା ଯେ ଲିଭିବାର ନାଁ ଧରୁ ନ ଥିଲା । ଶେଷରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା l ଅଗ୍ନିଶମ ବିଭାଗର କର୍ମଚାରୀ ଆସି ନିଆଁ ଲିଭାଇଥିଲେ l

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଧାନ ଶିକ୍ଷକ ସୁରଜ ଭୋଇଙ୍କ ଅବହେଳା ଯୋଗୁଁ ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା।ଆଗକୁ ମାଟ୍ରିକ ପରୀକ୍ଷା ଥିବା ହେତୁ ସ୍କୁଲରେ ଶ୍ରୀ ସତ୍ୟନାରାୟଣଙ୍କ ପୂଜା ହେଉଥିଲା । ହୋମ କୁଣ୍ଡର ନିଆଁ ନ ଲିଭେଇ ସ୍କୁଲରେ ବନ୍ଦ କରି ଚାଲି ଯାଇଥିଲେ ଶିକ୍ଷକ । ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକଙ୍କ ଏପରି ଦାୟିତ୍ୱହୀନତା ଯୋଗୁଁ ଛାତ୍ରଛାତ୍ରୀ ଆଘାତପ୍ରାପ୍ତ ହେବା ସୁନିଶ୍ଚିତ।ଏହା ଏକ ଗୁରୁତର ବିଷୟ ହୋଇଥିବା ହେତୁ ଜିଲ୍ଲା ଶିକ୍ଷା ଅଧିକାରୀ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପାଇଁ ଅଭିଭାବକ ମହଲରେ ଦାବୀ ରହିଛି ।




