.. ବାବା ବୁଖାରୀଙ୍କ ପୀଠରେ ଉର୍ତ୍ସ ଉଛବ ପାଳିତ

କଟକ : କଟକ ବୁଖାରୀ ବାବାଙ୍କ ପୀଠରେ ପାଳିତ ହୋଇଯାଇଛି ଉର୍ସ ଉତ୍ସବ । କଟକ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରୁ ପାଖାପାଖି 30 ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇଥିଲେ । ତେବେ କାଇଁ କେଉଁ କାଳରୁ ଏହି ପରମ୍ପରା ରହି ଆସିଥିବା ବେଳେ ଊର୍ସ ପର୍ବରେ କଟକର ବିଭିନ୍ନ ସାହିରୁ ଚାଦର ଶୋଭାଯାତ୍ରା ବାହାରି ଶ୍ରଦ୍ଧାଳୁ ମାନେ ଆସି ବାବା ବୁଖାରୀଙ୍କ ଉପରେ ମାନସିକ ଚାଦର ଚଢ଼ାଇଥାନ୍ତି । ଭାଇଚାରା ର ସହର କଟକରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀରବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା ।

ଏହି ଊର୍ସ ଉତ୍ସବରେ ବିଶିଷ୍ଟ ରାଜନେତାଙ୍କ ଠାରୁ ଆରମ୍ଭ ପ୍ରଶାସନ ଅଧିକାରୀ ମାନେ ଆସି ବାବା ବୁଖାରୀଙ୍କ ପୀଠରେ ଚାଦର ଚଢ଼ାଇବା ସହ ଦେଶ ଓ ରାଜ୍ୟରେ ଶାନ୍ତି ବଜାୟ ରହିବା ପାଇଁ ପ୍ରାର୍ଥନା କରନ୍ତି । ସେହିଭଳି ବରିଷ୍ଠ ନେତା ମହମ୍ମଦ ମୋକିମ୍ କହିଛନ୍ତି ବାବାଙ୍କ ଆସ୍ଥା ପୀଠ ହେଉଛି ଭାଇଚାରା ର ପ୍ରତୀକ । ଏଠି ଯିଏ ଯାହା ମାନସିକ ନେଇକି ଆସେ ତାହା ପୂରଣ ହୁଏ ।




