
ବ୍ରହ୍ମପୁର, ୯/୨ : ଆସନ୍ତା ଫେବୃୟାରୀ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ ୟୁନିଭରସିଟି ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା “୩ୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ” ସୋମବାର ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ତଥା ବିଡ଼ିଏ ଉପାଧ୍ୟକ୍ଷ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ସ୍ୱାସ୍ଥ୍ୟ ପରୀକ୍ଷା,ମାଗଣା ଔଷଧ ବଣ୍ଟନ,ଟ୍ରାଫିକ ବ୍ୟବସ୍ଥା,ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରତିଦିନ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମାନଙ୍କ ସହ ଗଞ୍ଜାମ ଜିଲ୍ଲାର ସାଂସଦ ଏବଂ ବିଧାୟକ ମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ୱାସ୍ଥ୍ୟ ମହୋତ୍ସବ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ କହିଛନ୍ତି । ଆଭାସୀ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଯୋଡ଼ି ହୋଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ କମିଟି ସଭାପତି ବିଜୟ କୁମାର ସ୍ୱାଇଁ,ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା,ସାଙ୍ଗଠନିକ ସମ୍ପାଦକ ସୀତାଂଶୁ ପଣ୍ଡା,କାର୍ଯ୍ୟକାରୀ ସଭାପତି ନାରାୟଣ ମହାଙ୍କୁଡ଼,ଉପସଭାପତି ଜଜ୍ଞ ନାରାୟଣ ଦାସ, ସହ ସଂଯୋଜକ ରୋହିତ ପରିଡ଼ା, ନାଗେଶ୍ୱର ପୃଷ୍ଟି,ଡ଼ାକ୍ତର କିରଣ କୁମାର ପାଣିଗ୍ରାହୀ,ମନୋଜ କୁମାର ପତି,ସୁନିଲ କୁମାର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ କମିଟିର ବହୁ ସଦସ୍ୟ ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।



