ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ,ତା.୦୯.୦୨:-ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ସଭାଗୃହ କଣିହାଁ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୩୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥୁମଧ୍ୟରୁ ୨୮ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟଭିତ୍ତକ ଅଭିଯୋଗ ର ଶୁଣାଣି ହୋଇଥିବାବେଳେ ୮ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା ।

୩ଜଣଙ୍କୁ ରେଡକ୍ରସ ସହାୟତା ପାଣ୍ଠିରୁ ୨୨ହଜାର ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା,ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସଞୟ କୁମାର ଭୋଇ, କଣିହାଁ ତହସିଲଦାର ଚିନ୍ମୟ ଦାସ, କଣିହାଁ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶ୍ରୀ ତ୍ରିବିକ୍ରମ କୁମୁରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁ, ଊପ- ନିର୍ଦ୍ଦେଶକ ଊଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଊପ- ନିର୍ଦ୍ଦେଶକ ଊଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନିଷ ଏକ୍କାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ।




