ପୁରାଣ ମିତ୍ର” ସମ୍ମାନ ପାଇଲେ ଶିକ୍ଷୟିତ୍ରୀ ଅନୁସୂୟା

ବରଗଡ:୯/୨(ପବିତ୍ର ମେହେର) ଅଗ୍ନିରୂପା ପୁରାଣ ମହାମଞ୍ଚ,ତାଳଚେର ଆଜି ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଥିଲା ଅନୁଗୁଳ ଜିଲ୍ଲା ର ଜିଲ୍ଲା ପାଠାଗାର ଠାରେ । ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ, କବୟିତ୍ରୀ,ପ୍ରକୃତି ବନ୍ଧୁ ଅନୁସୂୟା ଦେବତା ଙ୍କୁ ” ପୁରାଣ ମିତ୍ର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।
ମହାମଞ୍ଚ ର ସଭାପତି କୃଷ୍ଣଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ତପୋଭୂମି ମାଣିକମରା ଆଶ୍ରମ ର ସ୍ଵାମୀ ସ୍ବତନ୍ତ୍ରl ନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ବିଶ୍ଵ ହିନ୍ଦୁ ପରିଷଦ ର ରାଜ୍ୟ ସମ୍ପାଦକ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ । କବୟିତ୍ରୀ ସୁଷମା ହୋତା ,ସମ୍ବଲପୁର, ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର , ମହାମଞ୍ଚ ର ସମ୍ପାଦକ ଲମ୍ବୋଦର ମହାପାତ୍ର, ଉପ ସଭାପତି ସଂଗ୍ରାମ କେଶରୀ ସାହୁ, ମୁଖ୍ୟ ସଂଯୋଜକ ତଥା ମଞ୍ଚ ପରିଚାଳକ ରଞ୍ଜନ ଭୁକ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ ।
ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ବିଶିଷ୍ଟ ପୁରାଣ ଆଲୋଚକ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ପୁରାଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ବିଷୟ ବସ୍ତୁ ଥିଲା ” ପୁରାଣ ବିମୁଖତା ଆଧୁନିକ ସମାଜ”। ଏହି ଆଲୋଚନା ଚକ୍ରରେ ପୁରାଣ ବିଶାରଦ ତଥା ତତ୍ତ୍ଵଦର୍ଶୀ ଅର୍ଜୁନି ଚରଣ ବେହେରା, କାହ୍ନୁ ଚରଣ ପାଣିଗ୍ରାହୀ, ତ୍ରିନାଥ ଗଡ଼ନାୟକ, ପୁଷ୍ପଶ୍ରୀ ଶତପଥୀ,
ନଳିନୀ ପ୍ରଭା ଦାସ,ଅନୁପମା ପ୍ରଧାନ, ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଦୁଃଖବନ୍ଧୁ ନାଏକ,ସୁଶିଲ କୁମାର ସାହୁ, ଦୀପକ କୁମାର ସାହୁ ଙ୍କ ସମେତ ଶ୍ରୀମତୀ ଦେବତା ଏହି ଆଲୋଚନାରେ ଅଂଶଗ୍ରହଣ କରି ମହାମଞ୍ଚ ରେ ନିଜର ମତାମତ ରଖିଥିଲେ । ଶେଷରେ ଶ୍ରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


