ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ
ତାଳଚେର, ୧୦/୦୨ ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ ହୋଇଯାଇଛି । କଲେଜର ସଭାଗୃହ ଠାରେ ୮ଦିନ ଧରି ଆୟୋଜିତ ହେଉଥିବା ଏହି ଆତ୍ମ ରକ୍ଷା ଶିବିରରେ ମୁଖ୍ୟଅତିଥିଭାବେ କଲେଜ ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଯୋଗଦେଇ ସାମ୍ପୟତିକ ସ୍ଥିତିରେ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା ତାଲିମ ନେବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତାଭାବେ ରସାୟନ ବିଭାଗର ଡ଼. ସତ୍ୟନାରାୟଣ ଦାସ ଆତ୍ମରକ୍ଷା କୌଶଳ ଉପରେ ଆଲୋକପାତ କରିଥିଲେ । ରସାୟନ ବିଭାଗର ଅଧ୍ୟାପିକା ଲୋପାମୁଦ୍ରା ଷଡ଼ଙ୍ଗୀ ସ୍ୱାଗତଭାଷଣ ଦେିଥିବା ବେଳେ ଭୂତତ୍ୱ ବିଭାଗର ଅଧ୍ୟାପିକା ବିନକା ଜେନା ଆତ୍ମରକ୍ଷା ଶିବୀର ଲକ୍ଷ୍ୟ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ମାଷ୍ଟର ଟ୍ରେନର୍ ରୀମା କୁମାରୀ ଓ ଶୁଭଶ୍ରୀ ଭୂତିଆ ଯୋଗଦେଇ ଆତ୍ମରକ୍ଷା ବିଭିନ୍ନ କୌଶଲ ଉପରେ ପ୍ରଦର୍ଶନ କରଥିôଲେ । ଶେଷରେ ଶ୍ରୀମତୀ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।



