ତାଳଚେର ଡେରା ଠାରେ ରହିଥିବା ଜେବିଆର ହସ୍ପିଟାଲରେ ଖୁବ ଶୀଘ୍ର ନବଜାତ ଜରୁରୀ ଚିକିତ୍ସା ସେବା ଆରମ୍ଭ ହେବାକୁ ନେଇ ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ତାଳଚେର ଜେବିଆର ହସ୍ପିଟାଲରେ ଉତ୍ତମ ସ୍ବାସ୍ଥ୍ୟ ସେବା ସାଙ୍ଗକୁ ସମସ୍ତ ଭିତ୍ତିଭୂମି ରହିଥିବାରୁ ଏହି ହସ୍ପିଟାଲକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଅନ୍ତଭୂର୍କ୍ତ କରାଯାଇଛି। ଏଥି ସହିତ ଆଶନ୍ତା କିଛି ଦିନ ମଧ୍ୟରେ ଜେବିଆର ହସ୍ପିଟାଲରେ ନବଜାତ ଶିଶୁଙ୍କ ପାଇଁ ଜରୁରୀ କାଳୀନ ସେବା ଆରମ୍ଭ ହେବ ବୋଲି ଜେବିଆର ହସ୍ପିଟାଲର ଅଧ୍ୟକ୍ଷ ଭଗବାନ ପ୍ରଧାନ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଅନୁଗୁଳ ଜିଲ୍ଲାରେ ନବଜାତ ଶିଶୁଙ୍କ ପାଇଁ ଜରୁରୀ ସେବା ସଠିକ ଭାବରେ ଉପଲବ୍ଧ ହୋଇ ପାରୁନଥିବାରୁ ସେ ଏହିଭଳି ପଦକ୍ଷେପ ନେବା ସହ ହସ୍ପିଟାଲରେ ଗୁରୁତର ଶିଶୁମାନଙ୍କୁ କିଭଳି ଅଧିକରୁ ଅଧିକ ଚିକିତ୍ସା ଯୋଗାଇ ଦିଆଯାଇପାରିବେ ସେ ସମ୍ପର୍କରେ ସଦା ସର୍ବଦା ଜେବିଆର ହସ୍ପିଟାଲ ତତ୍ପରତା ଦେଖାଉଛି ବୋଲି ସୂଚନା ଦେଇଛନ୍ତି । ତେବେ ନବଜାତ ଶିଶୁଙ୍କ ପାଇଁ ଏହି ଜରୁରୀ ଚିକିତ୍ସା ସେବା ଆରମ୍ଭ ହେଲେ ଅଞ୍ଚଳବାସୀ ଦୂର ଦୁରାନ୍ତକୁ ନଯାଇ ଏହି ଠାରେ ଉତ୍ତମ ସେବା ପାଇ ପାରିବେ ବୋଲି ଲକ୍ଷ ରଖାଯାଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।




