ଦୁଷ୍ମନ୍ତ କୁମାର ଦଳବେହେରା ତୃତୀୟ ଥର ପାଇଁ ହେଲେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି

ଅନୁଗୋଳ – ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ତୃତୀୟ ଥର ପାଇଁ ଦୁଷ୍ମନ୍ତ ଦଳବେହେରା (ବାବୁ ଭାଇଙ୍କୁ) ଦାୟିତ୍ଵ ଦିଆଯାଇଛି। ବାବୁ ଭାଇ ପ୍ରାୟ ୩୦/୩୨ ବର୍ଷ ପୂର୍ବରୁ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଯୁବ, ବ୍ଲକ କଂଗ୍ରେସ, ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ପଦ ପଦବୀରେ ଓ ପି ସି ସି ର ସଭ୍ୟ ରହି ତୃଣମୂଳ ସ୍ତରରୁ ଦୃଢତାର ଓ ସମ୍ମାନ ସହିତ କଂଗ୍ରେସର କାର୍ଯ୍ୟକ୍ରମ କରି ଆସିଛନ୍ତି।
ଯଥା – ୨୦୦୨ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସର ସଭାପତି ବଅଁରପାଳ ବ୍ଲକ, ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବ୍ଲକ୍ କଂଗ୍ରେସ ସଭାପତି ବଅଁରପାଳ ବ୍ଲକ,୨୦୧୬ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ,୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ପିସିସି ର ସଭ୍ୟ ସହିତ ରାହୁଲ ପ୍ରିୟଙ୍କା କଂଗ୍ରେସ ର ଚିଫ୍ କୋଡ଼ିନେଟର ଓଡ଼ିଶା, ଏ ଆଇ ସି ସି ହ୍ୟୁମାନ ରାଇଟସ୍ ର ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ଓଡ଼ିଶାର କାର୍ଯ୍ୟ କରି ଆସୁଛନ୍ତି। ୨୦୨୨ ମସିହାରୁ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟୀତ୍ବ ନେଇ ଆଜି ପର୍ଯ୍ୟନ୍ତ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ବାବୁ ଭାଇ ଜଣେ ସମାଜସେବୀ, ମେଳାପି, ଧାର୍ମିକ, ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ଅଞ୍ଚଳରୁ ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ସୁନାମ ଅର୍ଜନ କରି ଉପାଧି ମଧ୍ୟ ପାଇ ଆସୁଛନ୍ତି। ଏ ସମସ୍ତ ଶ୍ରେୟ ବାବୁ ଭାଇ ପ୍ରଥମେ କଂଗ୍ରେସ ଦଳକୁ, ଡିସିସି ସଭାପତି ସୁନୀଲ ପ୍ରଧାନ, ପିସିସି ସଭାପତି ମାନନୀୟ ଭକ୍ତ ଚରଣ ଦାସଙ୍କୁ, ଏ ଆଇ ସି ସି ସଭାପତି ସମ୍ମାନୀୟ ମଲ୍ଲିକାର୍ଜୁନ ଖଡଗେ ଓ ପରିଶେଷରେ ମୋର ସମସ୍ତ ବୟୋଜ୍ୟେଷ୍ଠ ଓ କଂଗ୍ରେସ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ୍ ସହିତ କୃତଜ୍ଞତା ଜଣାଇଛନ୍ତି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୁଚନା ଦେଇଛନ୍ତି। ପୁନର୍ବାର ଦଳ ପାଇଁ ଅଧିକ ସମୟ ଦେଇ କାମ କରିବେ ବୋଲି ଶ୍ରୀ ଦଳବେହେରା ସ୍ପଷ୍ଟ କରିଛନ୍ତି।




