ନୁଆଦିଲ୍ଲୀ: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଟମ୍ବଲର ରିଜ ସେକେଣ୍ଡାରୀ ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପୋଲିସର କହିବା ଅନୁସାରେ, ଅନେକ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ଘଟଣାରେ ଏଯାଏଁ ଆକ୍ରମଣକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।
୨୫ ଜଣ ଆହତ ହୋଇଛନ୍ତି। ପୁଲିସ ଅନୁସାରେ ସ୍ଥାନୀୟ ସମୟ ଅନୁସାରେ ଅପରାହ୍ମ ୧:୨୦ରେ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଥିଲା । ଖବର ପାଇବା ପରେ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା । ପୁଲିସ ଗୁଳିରେ ଜଣେ ଆକ୍ରମଣକାରୀ ନିହତ ହୋଇଛନ୍ତି । ପୋଲିସର ପ୍ରାଥମିତ ତଦନ୍ତରୁ ଜଣାପଡିଛି ଯେ, ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ କରାଯାଉଛି । ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


