ଢେଙ୍କାନାଳ ରେ ଭାରତ ବନ୍ଦ ସଫଳ।
ଢେଙ୍କାନାଳ ତା, ୧୨. ୨. ୨୦୨୬, କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କୃଷକ ମୋର୍ଚ୍ଚା, ସ୍ୱାଧୀନ ଶ୍ରମିକ ଫେଡେରେସନ, ବିଦ୍ୟୁତ ଉପଭୋକ୍ତା ମହାସଂଘ ର ମିଳିତ ଡାକରା ରେ କରାଯାଇଥିବା ଭାରତ ବନ୍ଦ ଢେଙ୍କାନାଳ ରେ ସଫଳ ହେଇଚି। ମୁଖ୍ୟତଃ ୮ଘଣ୍ଟା ଶ୍ରମ କୁ ୧୨ଘଣ୍ଟା କରିବା, ମାଲିକ ମାନଙ୍କ ସପକ୍ଷ ରେ ଶ୍ରମ ଆଇନ ଗୁଡିକ ରେ ପରିବର୍ତନ କରିବା, ବସ୍ତୁତଃ ଅତି କମ ମଜୁରୀ ରେ କାମ କରୁଥିବା ଆଶା, ପାଚିକା, ଅଙ୍ଗନବାଡି ଶ୍ରମିକ ଙ୍କ ସମେତ ସବୁ ସ୍କିମ ଶ୍ରମିକ ଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା, ସବୁ ସରକାରୀ କର୍ମଚାରୀ ମାନଙ୍କୁ ପୁରୁଣା ପେନସନ ବ୍ୟବସ୍ଥା ରେ ଅନ୍ତର୍ଭୁକ୍ତ କରିବା, ସର୍ବନିମ୍ନ ପେନସନ ୯ ହଜାର ଟଙ୍କା କରିବା, ନିୟମିତ କାର୍ଯ୍ୟ ଗୁଡିକରେ ଠିକା ଶ୍ରମିକ ବ୍ୟବସ୍ଥା ଉଛେଦ କରିବା, ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ରେ ନିଯୁକ୍ତି ଦେବା,କୃଷକ ଙ୍କ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କରିବା, ବିହନ ଆଇନ ନାଁ ରେ ଉତ୍ପାଦନ କାରି ମାନଙ୍କୁ ବିଦେଶୀ କମ୍ପାନୀ ମାନଙ୍କ ଠାରୁ ବିହନ କିଣିବାକୁ ବାଧ୍ୟ କରିବା, ଚାଷୀ ଫସଲ କୁ ବଣ୍ୟ ଜନ୍ତୁ, ହାତୀ, ମାଙ୍କଡ, ବାରାହା, ଓ ଷଣ୍ଢ ମାନଙ୍କ କବଳରୁ ରୋକିବା,ନୂତନ ବିଦ୍ୟୁତ ଆଇନ ରେ ବିଦ୍ୟୁତ ବିଭାଗ ଗୁଡିକୁ ଘରୋଇ ମାଲିକ ମାନଙ୍କୁ ଟେକିଦେବା ର ପ୍ରସ୍ତାବ ବାତିଲ କରିବା, ବ୍ୟାଙ୍କ, ବୀମା କମ୍ପାନୀ ଗୁଡିକରେ ଶତପ୍ରତିଶତ ବିଦେଶୀ ପୁଞ୍ଜି କୁ ଅନୁମତି ଦେବା ଖୁଚୁରା ବ୍ୟବସାୟ ରେ ବିଦେଶୀ ପୁଞ୍ଜି ନିବେଶ କରି ଦେଶର ୮୦ଲକ୍ଷ ଖୁଚୁରା ବ୍ୟବସାୟୀ ଙ୍କୁ ଦୁର୍ଦଶା ଭିତରକୁ ଠେଲିଦେବା, ଆମେରିକା ନିର୍ଦେଶ ରେ ଦେଶର ବାଣିଜ୍ୟ ନୀତି କୁ ପରିଚାଳନା କରିବା, ସମେତ ଓଡିଶା ସରକାର ଦେଇଥିବା ପ୍ରତିଶୃତି ମୁତାବକ ୩୦୦ଇୟୁନିଟ ବିଜୁଳି ମାଗଣା ଦେବା, ଟାଟା ପାୱାର ର ଅତିରିକ୍ତ ସଂଯୋଗ ଟଙ୍କା ଦାବି ବାତିଲ କରିବା, ସ୍ମାର୍ଟ ମିଟର କିଣିବା ପାଇଁ ଆମ ଟିକସ ଟଙ୍କାରୁ ଅଦାନୀ କୁ ଦେବା, ସ୍ମାର୍ଟ ମିଟର ଲଗାଇବାକୁ ଉପୋଭୋକ୍ତା ମାନଙ୍କୁ ବାଧ୍ୟ କରିବା, ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ କରିବା, ବଉଳ ପୁର ର ରିଳାଏନ୍ସ କମ୍ପାନୀ ଜମି ଦେଇଥିବା ପରିବାର ଗୁଡିକୁ ନିର୍ଯାତନା ଦେବା, ବ୍ୟାପକ ପ୍ରଦୂଷଣ କୁ ରୋକିବା, ରିଳାଏନ୍ସ ର ଶ୍ରମିକ ମାନଙ୍କୁ ବକେୟା ପ୍ରାପ୍ୟ ନ ଦେବା, ଇତ୍ୟାଦି ର ପ୍ରତିବାଦ କରି ମୁଖ୍ୟ ଶୋଭାଯାତ୍ରା ବାଜିଚୌକ ଛକ ଠାରୁ ବାହାରିଥିଲା। କୃଷକ ସଭା ଜିଲ୍ଲା ସମ୍ପାଦକ ସରୋଜ ଶତପଥି, ଆଇ. ଏନ. ଟି. ୟୁ ସି ର ନେତା ଅଯୋଧ୍ୟା ସାହୁ, ଏଲ. ପି. ଏଫ ର ସ୍ୱରୂପାନନ୍ଦ ଦାଶ, ସି. ଆଇ. ଟି. ୟୁ. ଜିଲ୍ଲା ସମ୍ପାଦକ ସର୍ବଂଜ୍ଞ ସାହୁ, ଏ. ଟି. ୟୁ. ସି. ର ବରିଷ୍ଠ ନେତା ରବିରଥ, ଏ. ଆଇ. ସି. ସି. ଟି. ୟୁ ର ନେତା ଶ୍ରୀନିବାସ ସାହୁ, ଜିଲ୍ଲା କଂଗ୍ରେସ ର ସଭାପତି ଛବିରାଜ ବିଶ୍ୱାଳ, ପୂର୍ବତନ ସଭାପତି ସୁନୀଲ ଦାଶ, ନାରୀନେତ୍ରୀ ସ୍ମିତା ରାଣୀ ସାମଲ, ସଦର ବ୍ଲକ ସଭାପତି ଆଜିଦାନନ୍ଦ ବିହାରୀ,ସି. ପି. ଆଇ (ଏମ ) ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ବଦ୍ରି ନାରାୟଣ ଦାଶ, ରିଳାଏନ୍ସ ଜମିହରା ସଙ୍ଘ ତରଫରୁ ଅରୁଣ ସାହୁ, ଅସିତ ରାଉତ, ରିଳାଏନ୍ସ ଛଟେଇ ଶ୍ରମିକ ସଙ୍ଘ ତରଫରୁ ରୋହିତ ବାରିକ, ଶ୍ରୀଧର ମଲ୍ଲିକ, ନନ୍ଦ କିଶୋର ବରାଳ, ଅଙ୍ଗନବାଡି କର୍ମଚାରୀ ନେତ୍ରୀ ସୁଜାତା ନାୟକ ଓ ସାଥି ହରପ୍ରିୟା ପ୍ରମୁଖ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ କରାଯାଇଥିଲା। ଆନ୍ଦୋଳନ କାରୀମାନେ ମୁଖ୍ୟ ରାସ୍ତା ରେ ଦୋକାନ ବଜାର ଇତ୍ୟାଦି ବନ୍ଦ କରିବାକୁ ଅନୁରୋଧ କରି ସ୍ଲୋଗାନ ମାନ ଦେଇ ମୁଖ୍ୟ ରାସ୍ତା ଅବରୋଧ କରି ଚାଲିଥିଲେ। ଏହି ଆନ୍ଦୋଳନ ପ୍ରତି ଢେଙ୍କାନାଳ ବାର ଆସୋସିଏସନ ସମ୍ପୂର୍ଣ ସମର୍ଥନ କରିଥିଲେ। ଶେଷରେ ଶୋଭାଯାତ୍ରା ସବୁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଓ ସଭା କରାଯାଇଥିଲା। ଏହି ଆନ୍ଦୋଳନ ପ୍ରତି ଜନଗଣ ଙ୍କ ର ସ୍ୱତଃ ସମର୍ଥନ ରହିଥିଲା ଦୋକାନ ବଜାର, ବ୍ୟାଙ୍କ ବୀମା, ଘରୋଇ ବ୍ୟାଙ୍କ ଇତ୍ୟାଦି କୁ ଆନ୍ଦୋଳନ କାରି ମନେ ବନ୍ଦ କରିଥିଲେ। ବନ୍ଦ ସଫଳ ହୋଇଛି ବୋଲି ଆନ୍ଦୋଳନ କାରୀମାନେ ଦାବି କରିଛନ୍ତି।



