ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଦାବିରେ ଆସନ୍ତା ଫେବୃଆରୀ ମାସ ୧୮ରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା
ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଉତ୍କଳ ସମାଜ(ଗିରିଶ ଚନ୍ଦ୍ର ସାମଲ) ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ କଲେଜରେ ଅନ୍ତଃ ଓ ବାହ୍ୟ ରେଗି ଚିକିତ୍ସା ଦାବିକୁ ନେଇ। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା
ଆଜକୁ୩୦ ଦିନରେ ପହଞ୍ଚିଥିବାବେଳେ ।ଆସନ୍ତା ଫେବୃଆରୀ ମାସ ୧୮ତାରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି
ତାଳଚେରବିଶ୍ଵର ସବୁଠାରୁ ପ୍ରଦୃଷିତ ଅଞ୍ଚଳ ହୋଇ ଏ ଠାରେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ନିଷ୍ପେସିତ ।ତାଳଚେର ବାସୀଙ୍କୁ ରାଜ୍ୟସରକାରଙ୍କ ଵୈମାତୃକ ମୋନଭାବ ପୋଷଣ କରି ମେଡିକାଲ କଲେଜର ଡ଼ାକ୍ତରଖାନାକୁ ତାଳଚେରରୁ। ଅନୁଗୋଳ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ଏହି ନିଷ୍ପତିର ପୁନଃ ବିଚାର କରାଯାଇ ତାଳଚେରରେ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁବାର ଦାବି କରାଯାଇଛି । ପୁର୍ବରୁ ଜିଲ୍ଲା ପଳଙ୍କ କାର୍ଯ୍ୟାଳୟ ଆଗରେ ୨୪ଘଣ୍ଟିଆ ଗଣଧାରଣା ମଧ୍ୟ ଦିଆଯାଇଥିଲା । ବର୍ତମାନ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜକୁ ୩୦ଦିନରେ ପଂହଚିଛି। ଆଜିର ଏହି ଗଣଧାରଣା କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଭୟ ପାଣି , ସାଧାରଣ ସମ୍ପଦକ୍ ଶ୍ରୀଯୁକ୍ତ ବିଜୟ ପ୍ରଧାନ, କେଶବ ଭୂତିଆ
ସମାଜସେବୀ ଶ୍ରୀଯୁକ୍ତ ପଦ୍ମଲୋଚନ ନାୟକ , ପ୍ରଫୁଲ ନାୟକ,ଚୈତନ୍ୟ ପ୍ରଧାନ, ବିନୋଦ ଆଲି,ପ୍ରତାପ ମହାରଣା ,ବିଭୂତି ପଟ୍ଟନାୟକ,ସୁକାନ୍ତ ଦାସ,ବଳରାମ କୁଣ୍ଡୁ ,ନଖିଆ ସାହୁ,ବିଜୟ ମିଶ୍ର ,ନରେନ୍ ସିଂହ, ସୁଲେଖ ସେଠି,ହରିହର ଦାସ, ଉତ୍କଳ ସିଂ, ମଦନମୋହନ ସାହୁ, ସୌଭାଗ୍ୟ ନାୟକ, ରମାକାନ୍ତ ସାମଲ,ମୋନାଜ୍ ଶତପଥି, ଦୀନବନ୍ଧୁ ସାହୁ,ନବ ବାରିକ, ସନ୍ତାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତଭାରତ ନିଉଜ



