ବଡ଼ବିଲ ପୌରାଞ୍ଚଳରେ କବିର୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର କିରିବୁରୁ ଛକ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟସ୍ତ ଖେଳ ପଡିଆ ଠାରେ କବିର୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁ ସ୍ୱର୍ଗତ କବିର୍ ନାଗ ଚୌଧୁରୀଙ୍କ ସ୍ମୁର୍ତିରେ କଲ୍ୟାଣଜ୍ୟୋତି କ୍ରିକେଟ୍ କ୍ଳବ୍ ପକ୍ଷରୁ କ୍ରମାଗତ ଭାବେ ତୃତୀୟ ବର୍ଷ ହେଲା ଆୟୋଜିତ ହୋଇ ଆସୁଛି । ଏହି ଟୁର୍ଣ୍ଣାମେଣ୍ଟ ର ଆଉ ଏକ ବିଶେଷତ୍ଵ ହେଲା ଏହି ଟୁର୍ଣ୍ଣାମେଣ୍ଟ ଏହି ଖେଳ ପଡିଆ ଠାରେ ପ୍ରତ୍ୟେକ ଦିନ ମର୍ଣିଂୱାକ ପାଇଁ ଆସୁଥିବା ବାୟୋଜେଷ୍ଟ ବ୍ୟକ୍ତିଙ୍କ କରକମଳରେ କବିର ଙ୍କ ଫୋଟାଚିତ୍ର ରେ ଧୂପ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ ଏବଂ ରାଷ୍ଟ୍ରଗାନ କରାଯିବା ପରେ ଦୁଇମିନିଟ ପାଇଁ ସ୍ୱର୍ଗତ କବିର ଙ୍କ ପାଇଁ ନୀରବ ପ୍ରାର୍ଥନା ପରେ ଖେଳର ଶୁଭାରମ୍ଭ କରାଯାଇଥିବା ଦେଖିବାକୁ ମିଳିଥିଲା। ଏବଂ ଆଜି ମୋଟ ୪ଟି ଲିଗ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ଗୋଟିଏ ସେମି ଫାଇନାଲ ମ୍ୟାଚ ଖେଳା ଯାଇଥିଲା ଏହି ସମସ୍ତ ମ୍ୟାଚ୍ ରେ ଛକା ଚୌକା ର ବର୍ଷା ହୋଇଥିଲା ଯାହାକୁ ଶତାଧିକ ସଂଖ୍ୟାରେ ଉପସ୍ଥିତ ଦର୍ଶକ ଓ ଖେଳ ପ୍ରେମୀ ମାନେ ଖୁବ୍ ଉପଭୋଗ କରିଥିଲେ। ପ୍ରଥମ ସେମି ଫାଇନାଲ ମ୍ୟାଚ ମା ତାରିଣୀ କ୍ରିକେଟ୍ କ୍ଳବ୍ ଠାକୁରାଣୀ ଓ ଲକ୍ଷ୍ମୀନଗର ଷ୍ଟେଞ୍ଜର ଇଲେଭେନ୍ ମଧ୍ୟରେ ହୋଇଥିଲା। ଏହି ଉତ୍କଣ୍ଠା ପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଆଠ ଓଭର୍ ରେ ଠାକୁରାଣୀ ଇଲେଭେନ୍ ୧୩୮ରନ୍ ର ବିଶାଳ ସ୍କୋର କରିଥିବା ବେଳେ ଲକ୍ଷ୍ମୀନଗର ଇଲେଭେନ୍ ୧୩୮ ରନ୍ କରି ଏହି ପ୍ରଥମ ସେମିଫାଇନାଲ ମ୍ୟାଚ୍ ଟାଇ ରହିଥିଲା। ଏବଂ ଆଗାମୀ କାଲି ପ୍ରଥମ ସେମିଫାଇନାଲ ମ୍ୟାଚର ସୁପର୍ ଓଭର ଖେଳାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



