ବଡ଼ବିଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ଉତ୍ସବ ଆୟୋଜିତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଚାରି ସ୍ଥିତରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଆଜି ମାତୃ ପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ସ୍କୁଲ ର ବିଦ୍ୟାର୍ଥୀ ମାନେ ନିଜ ନିଜର ମାତା ପିତାଙ୍କ ସହ ଉପସ୍ଥିତ ହୋଇଥିଲେ। ସର୍ବ ପ୍ରଥମେ ସ୍କୁଲ ର ପ୍ରାଥନା ସଭାରେ ସ୍କୁଲର ସମସ୍ତ ବିଦ୍ୟାର୍ଥୀ ମାନେ ପ୍ରାର୍ଥନା ସରିବା ପରେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ ଏବଂ ପରେ ସମୂହ ମାତୃପିତୃ ଓ ସ୍କୁଲ ର ଗୁରୁଜୀ ଗୁରୂମା ଏବଂ ସ୍କୁଲ୍ ର ସମସ୍ତ ବିଦ୍ୟାର୍ଥୀ ମାନେ ସମୂହ ଗଣେଷ ବନ୍ଦନା ଗାନ କରିଥିଲେ, ସ୍କୁଲର ଅନିତା ଗରୁମା ଆଜିର ଦିନର ବିଶେଷତ୍ଵ ବିଷୟରେ ଆଲୋକପାତ କରିବା ସହ ସମସ୍ତ ବିଦ୍ୟାର୍ଥୀ ଙ୍କୁ କିପରି ମାତୃ ପିତୃ ଓ ଗୁରୁଜନଙ୍କ ପ୍ରତି ନିଷ୍ଠାବାନ ଓ ଆଜ୍ଞାକାରୀ ହୋଇ ରହିବେ ତାର ଶପଥ ପାଠ କରାଇଥିଲେ ଓ ଶେଷରେ ସମସ୍ତ ବିଦ୍ୟାର୍ଥୀ ମାନେ ନିଜ ନିଜର ମାତା ପିତାଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ପୂଜାର୍ଚ୍ଚନା କରିବା ସହ ମିଷ୍ଟାନ୍ନ ଖୁଆଇ ଥିବା ବେଳେ ମାତା ପିତା ମାନେ ମଧ୍ୟ ନିଜ ନିଜର ପିଲାଙ୍କୁ ମିଷ୍ଟାନ୍ନ ଖୁଆଇ ଆଶୀର୍ବାଦ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



