ଶ୍ରୀ ଅରବିନ୍ଦ ଛାତ୍ରସମାଜଙ୍କ ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ସମାରୋହ ଏବଂ ବିଂଶତମ ଶ୍ରୀ ଅରବିନ୍ଦ ଯୁବ ଛାତ୍ର ଶିବିର ଅନୁଷ୍ଠିତ

ଯାଜପୁର – ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ନାଉପାଳ ସ୍ଥିତ ଶ୍ରୀ ଅରବିନ୍ଦ ଛାତ୍ରସମାଜଙ୍କ ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ସମାରୋହ ଏବଂ ବିଂଶତମ ଶ୍ରୀ ଅରବିନ୍ଦ ଯୁବ ଛାତ୍ର ଶିବିର ଏକ ସଂପୂର୍ଣ୍ଣ ଆଧ୍ୟାତ୍ମିକ ବାତାବରଣ ପରିବେଶ ରେ ମହାସମାରୋହରେ ପାଳିତ ହୋଇଯାଇଛି।ପ୍ରଥମେ ଶ୍ରୀ ଅରବିନ୍ଦ ଛାତ୍ରସମାଜ ପରିସରରେ ଆଧ୍ୟାତ୍ମିକ ପତକା ଉତ୍ତୋଳନ,ସମବେତ ଧ୍ୟାନ,ପାଠଚକ୍ର, ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ସମାରୋହ,ଅରୋଶ୍ରୀ ପରିସର,ମାଙ୍କ ମ୍ୟୁଜିକ ସହ ସମବେତ ଧ୍ୟାନ,ମାତ୍ତୁ ବନ୍ଦନା, ସାବିତ୍ରୀ ମହାକାବ୍ୟ ଆବୃତ୍ତି, ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସ୍କରଣିକା ଉନ୍ମୋଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବସନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରବି ପ୍ରସାଦ ସାମଲ,ଅଜୟ କୁମାର ସାମଲ, ସଂପାଦକ ଡ଼ଃ ଚତୁର୍ଭୁଜ ସାହୁ,ପ୍ରସାଦ ତ୍ରିପାଠୀ, ସଂଜୟ କୁମାର ମହାପାତ୍ର, ପଦ୍ମାକର ଗୁରୁ, ଇଞ୍ଜିନିୟର ସଂଗ୍ରାମ କେଶରୀ ସାହୁ, ବ୍ରଜ ମୋହନ ବେହେରା, କୈଳାସ କୁଅଁର ଯୋଗଦେଇ ଥିଲେ। ଶେଷରେ ପ୍ରତିଜ୍ଞା ସାହୁ ସମସ୍ତ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇ ଥିଲେ।




