ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ

କାଣ୍ଡଶର: ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମର ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀ ଅନନ୍ତ କୁମାର ବାରିକ, ସାଧାରଣ ସମ୍ପାଦକ ଶ୍ରୀ ସୁଧାକର ସାହୁଙ୍କ ନେତୃତ୍ୱରେ ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ନାଲକୋ ମୁଣ୍ଡା ହଟିଙ୍ଗ୍ ର ଦୁଇଟି ଅସହାୟ ଗରିବ ଶ୍ରେଣୀର ପରିବାର କୁ ଶୁଖିଲା ଖାଦ୍ୟ ପଦାର୍ଥ ଯଥା ଚାଉଳ, ଡାଲି, ବିସ୍କୁଟ, ମିକ୍ସଚର ତେଲ ସାବୁନ, ସର୍ଫ,ଚୁଡ଼ା,ଚିନି ଆଳୁ ପିଆଜ ଇତ୍ୟାଦି ଚଳନୀୟ ସାମଗ୍ରୀ ସହିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଛୋଟ ଛୋଟ ପିଲା ମାନଙ୍କୁ ଚପଲ ମଧ୍ୟ ବଣ୍ଟନ କରା ଯାଇଛି ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶ୍ରୀ ସନ୍ତୋଷ ନାୟକ, ପ୍ରକାଶ କୁମାର ମହାକୁଡ଼, ଅରବିନ୍ଦ ବେହେରା, ମଣ୍ଟୁ ସାହୁ, ରାମଚନ୍ଦ୍ର ପ୍ରଧାନ ଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ବହୁ କାର୍ଯ୍ୟକର୍ତ୍ତା ସଦସ୍ୟ ବନ୍ଧୁ ଉପସ୍ଥିତ ଥିଲେ, ଏପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ କୁହାଯାଇଛି ଏପରି କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

