ଠାକୁର ଶ୍ରୀ ସୀତାରାମ ଦାସ ଓଁକାର ନାଥ ଦେବଙ୍କର ୧୩୫ ତମ ଜନ୍ମ ବାର୍ଷିକୀ ଅଷ୍ଟପ୍ରହରୀ ନାମଯଜ୍ଞ

ଢ଼େଙ୍କାନାଳ ବାଜିଚୈକ ସ୍ଥିତ ସୀତାରାମ ଆଶ୍ରମ ଠାରେ ଠାକୁର ଶ୍ରୀ ସୀତାରାମ ଦାସ ଓଁକାର ନାଥ ଦେବଙ୍କର ୧୩୫ ତମ ଜନ୍ମ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ ହୋଇଯାଇଛି। ୧୭ ଫେବୃଆରୀରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ଆଜି ୧୮ ଫେବୃଆରୀ ବୁଧବାର ଆଖପାଖ ଅଞ୍ଚଳର ସଂକିର୍ତ୍ତନ ମଣ୍ଡଳୀ ଦ୍ବାରା ନାମଯଜ୍ଞ କରାଯାଇଥିଲା। ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଆସନ୍ତାକାଲି ୧୯ ଫେବୃଆରୀ ଗୁରୁବାର ନଗରକିର୍ତ୍ତନ ଓ ଗୁରୁ ପୂଜନ କରାଯିବ। ଅଷ୍ଟପ୍ରହରୀ ପୂଜକ ଜଗନ୍ନାଥ ତ୍ରିପାଠୀ ଓ ମନ୍ଦିର ପୂଜକ ଅଖିଳ କୁମାର ସାହୁ, ସଭାପତି ମନି ସାହୁ ଏବଂ ସମ୍ପାଦକ ପ୍ରହ୍ଲାଦ ସାହୁ ଏହି କାର୍ଯ୍ୟକ୍ରମ ସମସ୍ତ ଗୁରୁ ଭାଇଭଉଣୀମାନେ ସହଯୋଗ କରିଥିଲେ।



