କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ନବ ନିର୍ବାଚିତ
କଟକ,ତାରିଖ ୧୮-୦୨-୨୦୨୬: କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ସାଧାରଣ ସଭା ଓ ନିର୍ବାଚନ ଫେବୃଆରୀ ୧୮ ତାରିଖରେ ଏସ୍ଏନ୍ ଟାଇକ୍ବାଣ୍ଡୋ ଏକାଡେମୀ, ସିଡିଏ ସେକ୍ଟର-୯, ସଫଳତାର ସହ ଆୟୋଜିତ ହେଉଛି।ଏହି ସଭାରେ ଆଗାମୀ ବର୍ଷର କାର୍ଯ୍ୟ ପାଇଁ ନୂତନ କାର୍ଯ୍ୟକାରିଣୀ ସମିତି ଗଠିତ ହୋଇଥିଲା।
ନବନିର୍ବାଚିତ କର୍ମକର୍ତ୍ତା ସଭାପତି ଟାଇକ୍ବାଣ୍ଡୋ ଗୁରୁ କୃଷ୍ଣ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ରୁପେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଟାଇକ୍ବାଣ୍ଡୋ
ଗୁରୁ ସୁଦୀପ୍ତା ନନ୍ଦା, କୋଷାଧ୍ୟକ୍ଷ ଭାବେ ସଞ୍ଜୟ କୁମାର ରାୟ।
ଏହି ନିର୍ବାଚନ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକ ଭାବେ ଜୟ କୃଷ୍ଣ ପରିଡା, ସମ୍ପାଦକ ଭୁବନେଶ୍ବର ଟାଇକ୍ବାଣ୍ଡୋ ସଂଘ ଉପସ୍ଥିତ ଥିଲେ ଓ ସମସ୍ତ ପ୍ରକ୍ରିୟା ସୁସ୍ଥ ଓ ସ୍ବଚ୍ଛ ଭାବେ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।ଏହି ସଭାରେ ସନ୍ତୋଷ କୁମାର ମହାନ୍ତି,ସାଧାରଣ, ସମ୍ପାଦକ ଓଡ଼ିଶା ଟାଇକ୍ବାଣ୍ଡୋ ସଂଘ ଏବଂ ଉପ-ସଭାପତି, ଟାଇକ୍ବାଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ। ସେ ନବନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ଅଭିନନ୍ଦନ ଜଣାଇ ଜିଲ୍ଲାରେ ଟାଇକ୍ବାଣ୍ଡୋ
କ୍ରୀଡାର ବିକାଶ ପାଇଁ ସମ୍ପୂର୍ଣ୍ଣ ସହଯୋଗର ଆଶ୍ଵାସନା ଦେଇଥିଲେ।



