ଆପୋଲୋ ହସ୍ପିଟାଲରେ ସମ୍ମୁଖରେ ଦିବାରାତ୍ର ଗଣଧାରଣା
କଟକ-୧୯-୦୨-୨୦୨୬ ରିଖ ଆପୋଲୋ ହସପିଟାଲରେ ବେଆଇନ ଭାବରେ ସଂଘର ସକ୍ରିୟ କାର୍ଯ୍ୟ କର୍ତ୍ତା ମାନଙ୍କ ଚାକିରିରୁ ବହିଷ୍କାର କରାଯାଉଛି। ସଂଘର ସାଧାରଣ ସମ୍ପାଦକଙ୍କୁ ମିଥ୍ୟା ଆରୋପ ଲଗାଇ ଚାକିରିରୁ ବହିଷ୍କାର କରିବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି।ସଂଘ ତରଫରୁ ଦାବିପତ୍ର ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁ ନଥିବା ଫଳରେ ଶ୍ରମିକମାନେ ଘୋର ଶୋଷଣର ଶିକାର ହେଉଛନ୍ତି ବାହାର ରାଜ୍ୟରୁ ଆସି ସି.ଓ. ଆଲୋକ ଶ୍ରୀବାସ୍ତବ ଓଡିଶା ଶ୍ରମିକମାନଙ୍କ ନିର୍ଯ୍ୟାତନା ଦେଉଛନ୍ତି ଜଏଣ୍ଟ ଲେବର କମିଶନରଙ୍କ ଉପସ୍ଥିତିରେ ଚୁକ୍ତିନାମା କରାଯାଇଥିଲେ ସୁଦ୍ଧା ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ।ତା’ର ପ୍ରତିବାଦରେ ଆସନ୍ତା କାଲି ୨୪ ତାରିଖ ଠାରୁ ଆପୋଲୋ ହସ୍ପିଟାଲ ଗେଟ୍ ସମ୍ମୁଖରେ ଦିବାରାତ୍ର ଗଣଧାରଣା ଦିଆ ଯିବାପାଇଁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଅଛି।ଉକ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି କଟକ ସି.ଡି.ଏ., ସେକ୍ଟର -୮ ସ୍ଥିତ ଭାରତୀୟ ମଜୁମଦାର ସଂଘ କାର୍ଯ୍ୟାଳୟ,ଦତ୍ତାତ୍ରେୟ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କଟକ ଜିଲ୍ଲା ତରଫରୁ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ସାନ୍ତନୁ କୁମାର ମହାପାତ୍ର,ରାଜ୍ୟ କମିଟି ସଦସ୍ୟ ମୁକ୍ତିକାନ୍ତ ସାହୁ,ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ରମାକାନ୍ତ ସାହୁ,କଟକ ଜିଲ୍ଲା ସମ୍ପାଦକ ପ୍ରଭୁଦତ୍ତ ମିଶ୍ର,କୋଷାଧ୍ଯକ୍ଷା ସବିତା ସାହୁ,ଓଡ଼ିଶା ଘରୋଇ ଉଦ୍ୟୋଗ ମଜଦୁର ସଂଘ ତରଫରୁ ଅଶୋକ ସ୍ଵାଇଁ, ଚନ୍ଦ୍ରଶେଖର ସାହୁ,ପ୍ରମୁଖ ଯୋଗଦାନ କରିଥିଲେ ।



