ଜାତୀୟ ରାଜପଥ ଉପରେ ଗୋଠଛଡ଼ା ଦନ୍ତା, ଯାତାୟାତ ବାଧାପ୍ରାପ୍ତ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଉପଖଣ୍ଡରେ ଜଙ୍ଗଲି ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ସେହି ହତିପଲଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ଚମ୍ପୁଆ ରେଞ୍ଜ୍ ରେ ତାର ଉପଦ୍ରବ ଜାରି ରଖିଛି। ସେହି ଗୋଠଛଡ଼ା ଦନ୍ତାକୁ ଜାତୀୟ ରାଜପଥ ଉପରେ ଦେଖିବାକୁ ମିଳିଥିଲା।ଚମ୍ପୁଆ ରିମୁଳି ୨୦ନମ୍ବର ଜାତୀୟ ରାଜପଥ ରଜିଆ ନିକଟରେ ରାସ୍ତା ଅବରୋଧ କଲା ଗୋଠଛଡ଼ା ଦନ୍ତା । କିଛିଦିନ ହେଲା ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତା ହାତୀ ଟି ଉତ୍ପାତ ଜାରି ରଖିଥିବାବେଳେ ଆଜି ଦନ୍ତାହାତୀଟି କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ବାହାରି ପତଳା ଜଙ୍ଗଲକୁ ଯିବାବେଳେ ଦୀର୍ଘ ସମୟଧରି କୋଡ଼ିଏ ନମ୍ବର ଜାତୀୟ ରାଜପଥ ଉପରେ ଅଟକି ରହିଥିଲା । ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ସହିତ ଯାତାୟତ ସଂପୂର୍ଣ୍ଣ ଠପ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଏହି ଦନ୍ତାହାତୀ ଉପରେ ନଜର ରଖିଛି । ତେବେ ହାତୀକୁ ନେଇ ସ୍ଥାନୀୟ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ପରିଲକ୍ଷିତ ହୋଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



