ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ବଅଁରପାଳ,୨୦/ ୦୨ – ଗୁରୁବାର ତା ୧୯/୦୨/୨୦୨୬ ରିଖ ରେ ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ଗ୍ରାମ ପଂଚାୟତରେ ଯାଇଥିବା ଏନ୍ ଏଚ ୫୫ନମ୍ୱର ଜାତୀୟ ରାଜପଥ ଜଗନ୍ନାଥ ନର୍ସିଂ ହୋମ ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣଙ୍କ ଏନ୍ ଟି ପି ସି ଅଞ୍ଚଳର ସରଧାପୁର ଗ୍ରାମର କୃଷ୍ଣ ଭୂତିଆଙ୍କ ପୁଅ ସିଲୁ ଭୂତିଆ(୨୨) ବର୍ଷ। ସେ ଜଣେ ଫଟୋଗ୍ରଫର୍ ଭାବେ କାମକରୁଥିଲେ। ଗୁରୁବାର କୌଣସି କାମରେ ବଅଁରପାଳ ଦେଇ ଯାଉଥିବା ବେଳେ ଏକ ହାଇୱା ତାଂକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବଅଁରପାଳ ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ପଠେଇ ହାଇୱା ଗାଡ଼ିକୁ ଜବତ କରିଛି।



