ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ଗ୍ରାମପଞ୍ଚାୟତ ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡକ୍ଟର ନୀଳମଣି ଝାଙ୍କରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୁଚିଣ୍ଡା ଏଡିଡବ୍ଲୁଓ ଅନିଭା ନାଏକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକ୍ଟର ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଜମନକିରା ବିଇଓ ଐଶ୍ୱର୍ଯ୍ୟ କୁମାର ନାୟକ, ବଡ଼ମାଲ ସରପଞ୍ଚ ନରେଶ ନାଏକ, ବିଦ୍ୟାଳୟ ସଭାପତି କାଁହୁ ଚରଣ ବାଘ, ରିଟାୟାର୍ଡ ଶିକ୍ଷକ ନୀଳମଣି ସାହୁ, ଶିକ୍ଷକ ସଂଘ ଜିଲ୍ଲା ସଭାପତି ଡାକ୍ତର ବୀରେନ୍ଦ୍ର କୁମାର ପଟେଲ, ସିଆରସିସି ରମଣୀ କିସାନ, ଜାମୁମାଲ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ, ଷଣ୍ଢପଥର ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୀର୍ଥରାଜ ନାୟକ, ଟିକିଲିପଡ଼ା ପ୍ରଧାନ ଶିକ୍ଷକ ଅନନ୍ତରାମ ରଣା, ଟାଙ୍ଗରାଣି ହାଇସ୍କୁଲର ବୀରେନ୍ଦ୍ର କୁମାର ସାହୁ, ଏକ୍ସ ମିଲେଟରି ମେନ କିଶୋର ଚନ୍ଦ୍ର ବାଘ ମଞ୍ଚାସୀନ ରହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ଅତିଥିଗଣ ଭଗବାନ ଗଣେଶ ଏବଂ ମା ସମଲେଶ୍ୱରୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଶ୍ରୀ ଝାଙ୍କର ସଭାପତି ଭାବେ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ଶିକ୍ଷକ ସୁନୀଲ କୁମାର ସାହୁ ସଭାପରିଚାଳନା କରିଥିଲେ।
ଦ୍ୱିତୀୟ ଅଧିବେସନରେ ଅତିଥିଗଣ ବିଭିନ୍ନ ଖେଳରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରିଥିଲେ ଏବଂ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପିଟି ଶିକ୍ଷକ ଭବାନୀ ଶଙ୍କର ନାଏକ, ନରେଶ କୁମାର ମାଝୀ, ସିସିଏ ରାଜବତୀ ମାଝୀ, ପୁଷ୍ପଲତା ବାଘ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଦୂରଦୂରାନ୍ତରୁ ଆସିଥିବା ଅଭିଭାବକମାନଙ୍କ ପାଇଁ ରାତ୍ରି ବିଶ୍ରାମର ବ୍ୟବସ୍ଥା ସ୍କୁଲ କମିଟି ପକ୍ଷରୁ କରାଯାଇଥିଲା। ଶେଷରେ କେତ୍ରିନା କୁଲୁ ଧନ୍ୟବାଦ ଜଣାଇଥିଲେ।
ନରେନ୍ଦ୍ର ସାହୁ
ଜାଗ୍ରତ ଭାରତ ନ୍ୟୁଜ୍



