ଡେରିରେହେଲେମଧ୍ୟ ଆକ୍ସନ ମୋଡରେ ବଡ଼ବିଲପୋଲିସ୍ ଚାରିଜଣ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ୍।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ସାଇବର ଅପରାଧ ରେ ଜଡିତ ଚାରି ଜଣ ସାଇବର ଅପରାଧଙ୍କୁ ବାନ୍ଧିଲା ବଡ଼ବିଲ ପୋଲିସ୍, ଏ ନେଇ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଁଗୁଆ।ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ, ଯାହାପାଇଁ ଅନ୍ ଲାଇନ୍ କାରବାର କରୁଥିବା ସାଧାରଣ ଜନତା ଏକ ପ୍ରକାର ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏବଂ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଏହାର ଅଭିଯୋଗ ଦେଖିବାକୁ ମିଳେ। ବିଭିନ୍ନ ସମୟରେ ଏହି ସାଇବର ଅପରାଧ ର ସୂଚନା ପାଇ ବଡ଼ବିଲ୍ ପୋଲିସ ଏକ ପ୍ରକାର ତତ୍ପରତା ଦେଖାଇବା ସହ ସାଇବର କବଚ ଅପରେସନ ମାଧ୍ୟମରେ ସାଇବର ଠକେଇ ମାମଲାରେ ଚାରି ଅପରାଧିଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ବଡ଼ବିଲ ଅଞ୍ଚଳରେ ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଚାରିଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ଏମାନଙ୍କ ଠାରୁ ପାଞ୍ଚଟି ମୋବାଇଲ ଓ ବହୁ ବ୍ୟାଙ୍କ ପାସ୍ ବୁକ୍ ଜବତ କରିଥିବା ନେଇ ସୂଚନା। ଷାଠିଏ ଲକ୍ଷରୁ ଉର୍ଦ୍ଧ ଟଂକାର ସାଇବର ଠକେଇ ମାମଲାରେ ଯାଞ୍ଚ ପରେ ପୋଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ସୂଚନା। ଗିରଫ ମାନେ ହେଲେ ବଡ଼ବିଲ ଅଞ୍ଚଳର ମହମ୍ମଦ ଅମିର ମହମ୍ମଦ ଇରସାଦ, ଲଳିତ କୁମାର ସେଠୀ ଓ ରାମାନୁଜ ଲାଲ। ଏମାନଙ୍କ ମାଧ୍ୟମରେ ସାଇବର ଠକମାନେ ଗରିବ ଲୋକଙ୍କୁ ପ୍ରଭାବିତ କରିବା ସହ ସାଇବର ଠକେଇ କରିଆସୁଥିଲେ। ଏହି ଠକେଇ ମାମଲାରେ କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଂଗୁଆ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-5-scaled.jpg)