ସ୍ବେଛାସେବୀ ଅନୁଷ୍ଠାନ ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା
ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ବଡକୋଲ୍ଲାର ଭଗବାନ ତିରୁପତି ବାଲାଜୀ ମନ୍ଦିର ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ସ୍ବେଛାସେବୀ ଅନୁଷ୍ଠାନ ଓଡ଼ିଶା ସାଇନ୍ ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବରେ ଜଗତର ନାଥ ଜଗନ୍ନାଥଙ୍କ ଏକ ଫଟୋଚିତ୍ର,ଉତ୍ତରୀୟ ଓ ଫୁଲତୋଡ଼ା ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଉତ୍ସବ ରେ ଅତିଥି ମାନଙ୍କ ମଧ୍ୟରେ ରାଜନଗର ଥାନାର ଆଇଆଇସି ନରେଶ କୁମାର ସାହୁ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଆଇଆଇସି ଶ୍ରୀକାନ୍ତ ବାରିକ, ରାଜନଗର ଫରେଷ୍ଟର ବିଜୟ କୁମାର ପାତ୍ର, ପଟ୍ଟାମୁଣ୍ଡାଇ ର ଅତିରିକ୍ତ ତହସିଲଦାର ଦିଲିପ୍ କୁମାର ନାୟକ, ରାଜନଗର ଫାୟାର ଷ୍ଟେଷନର ଆଷିଟାଣ୍ଟ ଷ୍ଟେସନ ଅଫିସର ରୋହିତ କୁମାର ନାୟକ, ରାଜନଗର ଇସ୍କନର ଶ୍ରୀପାଦ ବ୍ରଜବନ୍ଧୁ ଦାଶ ପ୍ରଭୃଜୀ, ପଟ୍ଟାମୁଣ୍ଡାଇ ସ୍ଥିତ ଡାମାରପୁର ର ମା ବାସନ୍ତି ଗାଲଶ ହାଇସ୍କୁଲ ର ପ୍ରଧାନଶିକ୍ଷିକା ନମିତା ନାୟକ, ରାଜନଗର ମେଡିକାଲ ର ଡ଼ଃ ରଶ୍ମିରଞ୍ଜନ ମହାନ୍ତି, ଓଡ଼ିଶା ମିରର ର ମୁଖ୍ୟ ସଂପାଦକ ଦିଲ୍ଲୀପ କୁମାର ବିଶ୍ଵାଳ , କେନ୍ଦ୍ରାପଡ଼ାର ଅବସ୍ଥିତ କଳିଙ୍ଗ ରେସିଡେଣ୍ଡାର ର ପ୍ରତିଷ୍ଠାତା ସଂପାଦକ ମନୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ପ୍ରକାଶ ଥାଉକି ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଇଞ୍ଜିନିୟର ପାର୍ଥସାରଥୀ ଦାଶ, ସମାଜସେବୀ ଓ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର,ବସନ୍ତ ନିଳୟ ଅନୁଷ୍ଠାନ ର ସଭାପତି ଗୋବିନ୍ଦ ଚନ୍ଦ୍ର ନନ୍ଦ, ଅବସରପ୍ରାପ୍ତ କୃଷି ବୈଙ୍ଗାନିକ ଧରଣୀଧର ପାତ୍ର, ଅବସରପ୍ରାପ୍ତ ଶିକ୍ଷାବିତ ନରହରି ପାତ୍ର, ସମାଜସେବୀ ସୁରେନ୍ଦ୍ର ମହାଳିକ, ଶିକ୍ଷାବିତ ସୁବାଷ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ନାୟକ ଶିକ୍ଷାବିତ ରାହାସବିହାରୀ ମହାନ୍ତି, ଶିକ୍ଷାବିତ ନିରଞ୍ଜନ ସାମଲ, ଶିକ୍ଷାବିତ ସଞ୍ଜୟ କୁମାର ସାମଲ ପ୍ରମୁଖ ସରୋଜ କୁମାର ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।



