ଇତିହାସ ଗ୍ରାମ ପରିଦର୍ଶନ କଲେ କମଗାଁ ସ୍କୁଲ ଛାତ୍ରଛାତ୍ରୀ

ଭଟଲି (ଅଭିମନ୍ୟୁପଧାନ):= ବରଗଡ ଜିଲ୍ଲ ଭଟଲି ବ୍ଲକ ରେ ଥିବା ଐତିହ୍ୟ ଗ୍ରାମ ଭିଞେତୋରା ର ଇତିହାସ ଯାଣିବା ପାଇଁ କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ପରିଦର୍ଶନ ପାଇଁ ଆସିଥିଲେ । ଏହାକୁ ନେଇ ଗ୍ରାମବାସୀ ମଧ୍ଯ ଆଗ୍ରହ ର ସହିତ ସମସ୍ତ ଙ୍କୁ ସ୍ବାଗତ କରି
ଗ୍ରାମ ପରିଦର୍ଶନ କରାଇବା ସହିତ ସଭା ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ହାସ୍ୟ କବି ଦେବେନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପରିଭ୍ରମଣ ର ସଭାରେ ରେ ମୁଖ୍ଯ ଅତିଥି ଭାବରେ ତପନ ସାହୁ ଯୋଗଦେଇ ଥିବାବେଲେ ସମ୍ମାନିତ ଅତିଥି ଭାବରେ ମିତ୍ରଭାନୁ ମିଶ୍ର, ଅଧିକାରୀ ସାହୁ, ଛାୟାକାନ୍ତ ସାହୁ, ଶିକ୍ଷକ ସୁନୀଲ ଖମାରୀ ଯୋଗଦେଇଥିଲେ ।ସଭାପତି ଶ୍ରୀ ସାହୁ ଭିଞେତୋରା (ଭୁଲିଆଡିହି) ର ଇତିହାସ କୁ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସରୋଜ ସେଠ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।




