ଢ଼େଙ୍କାନାଳ ସ୍ଥାନୀୟ ଜ଼ିଲ୍ଲା ପରିଷଦ ପ୍ରକୋଷ୍ଠ ରେ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ଦିବସ ଅବସରରେ ଯୋଗ ଶିବିର

ଢ଼େଙ୍କାନାଳ ସ୍ଥାନୀୟ ଜ଼ିଲ୍ଲା ପରିଷଦ ପ୍ରକୋଷ୍ଠ ରେ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି l ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ସକାଳ 6 ଟା ରେ ଶତାଧିକ ବରିଷ୍ଠ ନାଗରିକଙ୍କୁ ନେଇ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା l ଉକ୍ତ ଶିବିର କୁ ପୌରାହିତ୍ୟ କରିଥିଲେ ଭାରତୀୟ ଯୋଗ ସଂସ୍ଥାନ ର ଢେଙ୍କାନାଳ ଜ଼ିଲ୍ଲା ପ୍ରମୁଖ ଶ୍ରୀ ସୁଶୀଲ ପଣ୍ଡା, ପରିଚାଳନା କରିଥିଲେ ଶ୍ରୀ ରଘୁନାଥ ତ୍ରିପାଠୀ, ଜ଼ିଲ୍ଲା ଉପପ୍ରମୁଖ ଏବଂ ଜ଼ିଲ୍ଲା ସଂଗଠନ ମନ୍ତ୍ରୀ ଡଃ ନୀରଦ ଚନ୍ଦ୍ର ରାଉତ ତଥା ଅନ୍ୟାନ୍ୟ ବରିଷ୍ଠ ସାଧକ ମାନେ ସୁକ୍ଷ୍ମ କ୍ରିୟା, ଆସନ, ପ୍ରାଣାୟାମ ଓ ଧ୍ୟାନ ର କୌଶଳ ପ୍ରଦର୍ଶନ କରିଥିଲେ l ପରିଶେଷରେ ସଂସ୍ଥାନ ର ଉପଦେଷ୍ଠା ତଥା ବରିଷ୍ଠ ସାଧକ ଶ୍ରୀ ବସନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ ସହିତ ସଭାସାଙ୍ଗ କରିଥିଲେ l



