ନଦୀ ରେ ବୁଡି ଜଣେ ଯୁବକ ମୃତ
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ଟୋଲକବେଡା ଗ୍ରାମର ଟିକିରା ନଦୀରେ ବୁଡି ସନ୍ତୋଷ ସେଠି (୪୩)ଙ୍କ ମୃତ୍ୟୁ ଘଟିଛି।ସୁଚନା ଛେଳି ଚରାଇବା ସମୟରେ ସେ ନଦୀକୁ ପ୍ରବେଶ କରି ଅସାବଧାନତାବଶତଃ ବୁଡିଯାଇଥିବା ସୂଚନା ମିଳିଛି।
ଅଗ୍ନିଶମ ବିଭାଗ ଉଦ୍ଧାର କରି କଣିହାଁ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।କଣିହାଁ ରୁ ସୁନୀଲ କୁମାର ସାମଲଙ୍କ ରିପୋର୍ଟ,




