ଅସ୍ମିତା କିକ୍ ବକ୍ସିଂ ସାଉଥ୍ ଜୋନାଲ ଲିଗ୍
କର୍ଣାଟକ ବାଙ୍ଗାଲୋର ର କୋର୍ମଙ୍ଗଲା ଇଣ୍ଡୋର ଷ୍ଟାଡିୟମ ରେ ଚଳିତ ମାର୍ଚ୍ଚ ମାସ ୦୫-୦୮ ତାରିଖ ପର୍ଯ୍ୟନ୍ତ ଅସ୍ମିତା ଖେଲୋ ଇଣ୍ଡିଆ ଓମେନ୍ କିକ୍ ବକ୍ସିଂ ଲିଗ୍ ୨୦୨୫-୨୦୨୬(ସାଉଥ୍ ଜୋନ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବାପାଇଁ ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସେନ୍ ର ୦୮ଜଣ ଖେଳାଳି ଭାଗ ନେବେ। ତନ୍ମଧ୍ୟ ରୁ ୟଙ୍ଗର କ୍ୟାଡେଟ ରେ ଆରାଧ୍ୟା ଚାନ୍ଦ, ଜୁନିୟର ବିଭାଗରେ ଶୁଭଶ୍ରୀ ବେହେରା, ମମତା ଭୋଇ, ରୋଜାଲିନ ସ୍ୱାଇଁ, ଉମା ମାହେଶ୍ୱରୀ ଦାସ, ସେହିଭଳି ସିନିଅର ବିଭାଗ ରେ ସ୍ମୃତି ଭୋଇ, ମାନସୀ ସାହୁ, କୀର୍ତ୍ତି ରାଣୀ ସାହୁ ଓଡ଼ିଶା ଟିମ୍ ସହ ବୁଧବାର ଦିନ ଯାତ୍ରା କରିଛନ୍ତି। ଏହି ଚାମ୍ପିଅନସିପ୍ ଲିଗ୍ ପାଇଁ ଦଳର ଖେଳାଳିମାନେ କଠିନ ଅଭ୍ୟାସ କରି ଜିଲ୍ଲା ରାଜ୍ୟ ପାଇଁ ଗୌରବ ଆଣିବେ। ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ଜିଲ୍ଲା ଓ କ୍ରୀଡା ଅଧିକାରୀ ଓ ଅର୍ମେଚର୍ କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡିଶା ର ସମସ୍ତ ସଦସ୍ୟ ଖେଳାଳୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



