ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ
–ସୁସ୍ଥତା ଓ ସମ୍ପ୍ରଦାୟ ସେବା ଭିତ୍ତିକ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ, ୯ ମାର୍ଚ୍ଚ: ଜିନ୍ଦଲ ଷ୍ଟିଲ୍ର କର୍ମଚାରୀମାନେ ଅନୁଗୁଳ ପ୍ଲାଣ୍ଟ ଏବଂ ନିକଟବର୍ତ୍ତୀ ଅଂଚଳରେ ସୁସ୍ଥତା ଏବଂ ସମ୍ପ୍ରଦାୟ ସେବା ଉପରେ କେନ୍ଦ୍ରିତ ଏକାଧିକ କାର୍ଯ୍ୟକ୍ରମ ସହିତ ଜିନ୍ଦଲ ଷ୍ଟିଲ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରିଛନ୍ତି।
ଯୋଗ ଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀଙ୍କ ମାର୍ଗଦର୍ଶନରେ ଜିନ୍ଦଲ ନଗର ଟାଉନସିପ୍ରେ ଯୋଗ ଅଧିବେଶନ ସହିତ ପ୍ରତ୍ୟୁଷରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଅନୁଗୁଳ ଲୋକେସନ ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପି.କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇରନ୍ ଜୋନ୍) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସଏମଏସ୍ ଓ ମିଲ୍ସ) ଶ୍ରୀଯୁକ୍ତ ହୃଦୟେଶ୍ୱର ଝା ଏବଂ ସଭାପତି (ମାନବ ସମ୍ପଦ) ଶ୍ରୀଯୁକ୍ତ ଦିଲୀପ ସିହ୍ନାଙ୍କ ସମେତ ବିଭାଗୀୟ ମୁଖ୍ୟ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ଅଧ୍ୟକ୍ଷଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଦୀର୍ଘ ଜୀବନ ପାଇଁ ଶୁଭକାମନା ଜଣାଇବା ସହ ପ୍ରାର୍ଥନା ମଧ୍ୟ କରିଥିଲେ।
କମ୍ପାନୀର ସିଏସଆର ପଦକ୍ଷେପର ଅଂଶ ଭାବରେ, ଜିନ୍ଦଲ ଫାଉଣ୍ଡେସନ୍ ଦ୍ୱାରା ଅନେକ ସମ୍ପ୍ରଦାୟ-କେନ୍ଦ୍ରିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ପୁଷ୍ଟିକର ସଚେତନତା ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଜାମୁନାଳି ଗ୍ରାମରେ ଚିରଞ୍ଜିବୀ ପୁଷ୍ଟିକର ସହାୟତା ପ୍ରକଳ୍ପ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ, ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ କ୍ରୀଡା ଏବଂ ମନୋରଞ୍ଜନ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ପାଇଁ ଏହି ଗ୍ରାମରେ ଖେଳପଡ଼ିଆର ମଧ୍ୟ ଉଦଘାଟନ କରାଯାଇଥିଲା।
ଜନ ଜୀବିକା କେନ୍ଦ୍ରରେ ଏକ ନାଡ଼ି ପରୀକ୍ଷା ଏବଂ ଆୟୁର୍ବେଦିକ ଜୀବନଶୈଳୀ ପରାମର୍ଶ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା, ଯାହା ପାରମ୍ପରିକ ସୁସ୍ଥତା ଅଭ୍ୟାସ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିଥିଲା।
ଏକତା ଓ ଉତ୍ସବର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଚାରୀମାନଙ୍କ ପାଇଁ ପ୍ଲାଣ୍ଟର ସମସ୍ତ କ୍ୟାଣ୍ଟିନରେ ମଧ୍ୟାହ୍ଣ ଭୋଜନର ଆୟୋଜନ କରାଯାଇଥିଲା । ସୁଇମିଂ କମ୍ପ୍ଲେକ୍ସରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଏକ ସନ୍ତରଣ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ବର୍ଗର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସିଏସ୍ଆର କେନ୍ଦ୍ରଗୁଡ଼ିକରେ କେକ୍ କାଟି ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ଏକ ଭର୍ଚୁଆଲ୍ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ଭଳି ଏକାଧିକ ପଦକ୍ଷେପ ଜରିଆରେ ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ସୁସ୍ଥତା, ସମ୍ପ୍ରଦାୟ ବିକାଶ ଏବଂ କର୍ମଚାରୀଙ୍କୁ ଯୋଡ଼ି ରଖିବା ଭଳି ଉଦ୍ୟମ ହୋଇଥିଲା । ଯାହା ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତା ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ ଦୃଷ୍ଟିକୋଣ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି ।




