ଆରଏମସି ପକ୍ଷରୁ ନୂତନ ହାଟ ସ୍ଥାପନା
ତାଳଚେର, ୧୧/୦୩ ଆଜି ତାଳଚେର ଆରଏମସି ପକ୍ଷରୁ ଗୋଡ଼ିବନ୍ଧ ଫାଣ୍ଡି ସମ୍ମୁଖରେ ରହିଥିବା ମେଲଣପଡ଼ିଆ ପରିସରରେ ଏକ ନୂତନହାଟର ଶୁଭଉଦଘାଟନ ହୋଇଯାଇଛି । ଏହି ହାଟଟି ବହୁ ଦିନରୁ ଆରଏମସି ପକ୍ଷରୁ ପରିକଳ୍ପନା କରାଯାଇଥିଲେ ମଧ୍ୟ ଆଜି ଏହାର ଉଦଘାଟନ ଅବସରରେ ସ୍ଥାନୀୟ ବାସୀନ୍ଦାଙ୍କ ମନରେ ଖୁସିର ମାହୋଲ ଖେଳିଯାଇଛି । ପ୍ରଥମ ଦିବସରେ ବିଭିନ୍ନ ଅଂଚଳରୁ ପ୍ରାୟ ୨୩ଜଣ ବ୍ୟବସାୟୀ ଆସି ତାଙ୍କର ପସରା ମେଲାଇଥିଲେ ଓ ପାଖାପାଖି ଦେଢ଼ଲକ୍ଷ ଟଙ୍କା ବେପାର ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଯଦି ଏଭଳି ହାରରେ ହାଟଟି ଚାଲେ ତେବେ ଆଗାମୀ ଦିନରେ ଏକ ବଡ଼ ହାଟ ହେବାର ପରିକଳ୍ପନାକୁ ଏଡ଼ାଇ ଦିଆଯାଇନାପାରେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଧାୟକ ବ୍ରଜକିଶୋର ପ୍ରଧାନ, ବିଭୃପ୍ରସାଦ ପତି, ନିୟନ୍ତ୍ରୀତ ବଜାକମିଟିର ଉପାଧ୍ୟକ୍ଷ ପେସ୍କାର ଗଡ଼ନାୟକ, ସମ୍ପାଦକ ଅଶୋକ ବେହେରା, ସଭ୍ୟ ଅଶୋକ ଶତପଥୀ, ସୁଶାନ୍ତ ପ୍ରଧାନ, ଦିବ୍ୟଲୋଚନ ପ୍ରଧାନ, ବଜାର କମିଟିର କର୍ମଚାରୀ ସତ୍ୟନାରାୟଣ ପଟ୍ଟନାୟକ, ବସନ୍ତ ମହାନ୍ତି, ମନମୋହନ ପତିଙ୍କ ସାହାଯ୍ୟ ସହଯୋଗରେ ଉକ୍ତ ହାଟଟିର ଉଦଘାଟନ ହୋଇଛି । ଏହାର ପାଖଆଖ ଅଂଚଳଗୋଡ଼ିବନ୍ଧ, ବେଲପଡ଼ା, ଲୁହୁଣ୍ଡି, ଗୁରୁଜାଙ୍ଗ, ଜନ୍ଦାବାହାଳ, ଦୁମଦୁମା, ହରିହରପୁର, ସମଲ, ଟିପୋ, ବିକଶର, ବ୍ରଜନାଥପୁର, କଣ୍ଡାଳ, ଅରଖପାଳ, ରଘୁନାଥପୁର, ଯଦୁନାଥପୁର, ତାଳବେଡ଼ା, ସୁନାଖଣି, କାଳନ୍ଦିପ୍ରସାଦ, ସମେତ ଅନେକ ଗ୍ରାମ ଗୁଡ଼ିକ ଉପକୃତ ହେବେ ବୋଲି ଜନସାଧାରଣ ମତଦେଉଛନ୍ତି ।



