ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ

ପ୍ରାଣୀ ସମ୍ପଦ କ୍ଷେତ୍ରରେ ଆତ୍ମ ନିଯୁକ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କୃଷି ବିଜ୍ଞାନ କେନ୍ଦ୍ରରେ ଗତ ତା ୫/୩/୨୬ ରୁ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିରୋଦ ଚନ୍ଦ୍ର କହଁର ଙ୍କ ଦ୍ଵାରା ଉଦ୍ଘାଟନ କରିଥିଲେ,ଏହି ଶିବିରରେ ଗୋପାଳନ ଓ ସଂଘନ୍ ଘାସ ଚାଷ ଉପରେ ଚାଷୀ ମାନଙ୍କୁ ଆତ୍ମ ନିଯୁକ୍ତି ନିମନ୍ତେ ଅନେକ ପ୍ରକାର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରା ଯାଇ ଥିଲା, ବିଭିନ୍ନ ବ୍ଲକ ରୁ ଚାଷୀ ମାନେ ବହୁ ସଂଖ୍ୟକ ଭାବେ ଉପସ୍ଥିତ ଥିଲେ, ପ୍ରାଣୀ ସମ୍ପଦର ଅଭିବୃଦ୍ଧି ରାଜ୍ୟର ଚାଷିଙ୍କ ସମୃଦ୍ଧି ନିମନ୍ତେ ପ୍ରାଣୀ ସମ୍ପଦ ବିଭାଗ ଓଡ଼ିଶା ସରକାର ପକ୍ଷରୁ ଚାଷି ମାନଙ୍କ ପାଇଁ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରୁ ଥିବା ବେଳେ ମହିଳା ଓ ପୁରୁଷ ମାନଙ୍କୁ ଆତ୍ମ ନିଯୁକ୍ତି ନିମନ୍ତେ ଉତ୍ସାହିତ କରି ଥିଲେ, ଆଗାମୀ ଦିନରେ ଚାଷୀ ମାନେ ଗାଈ ଓ କୁକୁଡ଼ା ପାଳନ କରି ନିଜେ ଉପକୃତ ହେବା ସହ ଅନ୍ୟ ଲୋକେ ଜୀବିକା ନିର୍ବାହ କରି ପାରିବେ ବୋଲି ଉଦବୋଧନ ଦେଇଥିଲେ, ଏହି ପରୀପ୍ରେକ୍ଷୀରେ ଜିଲ୍ଲା ତାଲିମ ସଂଯୋଜକ ଡ, କେଦାରନାଥ ଖମାରୀ ଙ୍କ ନେତୃତ୍ବରେ ତାଲିମ ଶିବିର ଆୟୋଜନ ହୋଇଥିଲା ବେଳେ, କେଭିକେ ରୁ ଅମିତାଭ ପଣ୍ଡା, ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରିଣୀ ସୁନେଲି ମହାପାତ୍ର, ଜୁନାଗଡ଼ ବ୍ଲକ ବିଭିଓ ପ୍ରତିମଞ୍ଜୁରି ନାଏକ ପ୍ରମୁଖ ଯୋଗ ଦେଇଥିଲେ ଓ ପ୍ରାଣୀ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ଏହା ପରେ ଚାଷୀ ମାନଙ୍କୁ ଡାଇରୀ ଫାର୍ମର। ଦୃଶ୍ୟ ଦେଖାଇ ଥିଲେ,ଏ ନେଇ ତାଲିମ ଶିବିର ସୁନ୍ଦର ଭାବେ ଓ ସୁବ୍ୟବସ୍ତା ସହ ପରିଚାଳନା ହୋଇ ଥିଲା, ଚାଷି ମାନଙ୍କ ପାଇଁ ଜଳ ଓ ଟିଫିନ୍ ସହ ଖାଦ୍ୟର ସୁବ୍ୟବସ୍ଥା କରା ଯାଇଥିଲା, ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସି ଥିବା ଚାଷୀ ମାନଙ୍କ ମଧ୍ୟରେ ଗୋଲାମୁଣ୍ଡା ବ୍ଲକ ରୁ ମମତା ସେନାପତି, ମନୋହର ସେନାପତି ପ୍ରମୁଖରୁ ବହୁ ସଂଖ୍ୟକ ଭାବେ ଉପସ୍ଥିତ ଥିବା ଚାଷୀ ମାନଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇ ପାରି ଥିଲେ, ଏହା ପରେ କେତେକ ଚାଷୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ରୁ ମନୁହର ସେନାପତିଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରମାଣ ପତ୍ର ପ୍ରଦାନ କରିଥିଲେ,
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ




