ମାଁ ସୁବର୍ଣ୍ଣାରାଣୀ କ୍ରିକେଟଫାଇନାଲ ଆଜି ଉଦଯାପିତ ହୋଇ ଯାଇଛି

ମାଁ ସୁବର୍ଣ୍ଣାରାଣୀ କ୍ରିକେଟଫାଇନାଲ ଆଜି ଉଦଯାପିତ ହୋଇ ଯାଇଛି
ହାତିବନ୍ଧା ଟିମ୍ କୁ ହରାଇ ଗ୍ରୀଣ୍ଡୋଲ ଚାମ୍ପିଅନ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟିଙ୍ଗିପଦର ଠାରେ ମାଁ ସୁବର୍ଣ୍ଣାରାଣୀ ନକ ଆଉଟ୍ କ୍ରିକେଟ ଖେଳ ରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା.ନୂଆପଡ଼ା ଜିଲ୍ଳା ର ହାତିବନ୍ଧା ଦଳ ଟଚ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୧୦୪ ରନ୍ ସଂଗ୍ରହ କରିଥିଲେ । ତାହାର ଜବାବ ରେ ଗ୍ରୀଣ୍ଡୋଲ ଦଲ ୧୨ ଓଭର ରେ ୪ ୱିକେଟ ହରାଇ ୧୦୬ ରନ୍ କରି ବିଜୟୀ ହୋଇଥିଲେ ।ଏହି ଉଦଯାପନୀ ଖେଲରେ ମାନଝରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଜଗୁଜୀବନ ଅଘ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ଉତ୍ସାହିତ କରିଥିଲେ। ସଂମାନନୀୟ ଅତିଥି ଭାବରେ ମୁରଲୀ ବାଗ ମକୁନ୍ଦ ପୁର. ସମାଜ ସେବି ସରୋଜ ମଙ୍ଗରାଜ. ଟିକେରାମସେଠିଆ. ରାଜେନ୍ଦ୍ର ସେଠିଆ. ମଣ୍ଟୁ ମଙ୍ଗରାଜ. କପୁରଚନ ସେଠିଆ. ହରେମଳିକ. ଦାମ ସେଠିଆ. ଚକ୍ର ସେଠିଆ. ପବନ ମହାନ ନ୍ଦ. ଜଗନ୍ନାଥ ମାଲିକ. ଜଗୁ ସେଠିଆ. ଅନିଲ ମଲିକ ତଥା ଆୟୋଜକ କମିଟି ରସଭାପତି ସୁଦାମ ସେଠିଆ.. ସମ୍ପାଦକ. ତାରିଣୀ ବିହାରୀ. କୋଷାଦକ୍ଷ. ମାନୁବିହାରୀ. ସହଯୋଗ ରେ ଗ୍ରାମର ଯୁବ ଗୋଷ୍ଠୀ. ଏମପିୟ ଭାବରେ ଥିଲେ. ସତ୍ୟ ପ୍ରଧାନୀ.ଓ ଦିନେଶ ମଙ୍ଗରାଜ. ଖେଲଟି କୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ.. ଖେଳ
ଧାରା ବିବରଣୀ ଦେବରାଜ ଭାଟି ଓ ପବିତ୍ର ସୁନାନୀ ହିନ୍ଦୀ ଓ ଓଡ଼ିଆ ରେ ଅତି ସୁନ୍ଦର ଭାବରେ ମନ୍ତବ୍ୟ ରଖିଥିଲେ. ଲୋକଙ୍କ ର ମନ ଜିଣି ଥିଲେ..ଦିଲୀପ ବିହାରୀ. ସା ନମଳୀକ.ଓ ସମସ୍ତ ସଦସ୍ୟମାନେ ସହୋଯୋଗ କରିଥିଲେ ।ସାଉଣ୍ଡ ସେଟ. ଗ୍ୟାଲେରୀ ସଜସଜ୍ୟା ଲୋକ ନାଥ ବାଗ ଅତି ଆକର୍ଷଣ ଭାବରେ ଦେଇ ଥିଲେ.
ଉକ୍ତ ଖେଳର କପ ସହ ପ୍ରଥମ ପୁରସ୍କାର ତିରିଶ ହଜାର ଓ ଦ୍ୱିତୀୟ ପୁରସ୍କାର ଅଠର ହଜାର. ରଖାଯାଇଥିଲା ପ୍ରଥମ ପୁରସ୍କାର ଜାଗୁଜୀବନ ଅଘରିଆ. ଦ୍ୱିତୀୟ ପୁରସ୍କାର କପୁରଚନ ସେଠିଆ. ହରେ ମାଲିକ. ମୁରଲୀ ବାଗ. ଟିକେ ସେଠିଆ. ପ୍ରଦାନ କରିଥିଲେ
ଦର୍ଶକ ଅତି ଆନ ନ୍ଦର ସହ ଉପଭୋଗ କରିଥିଲେ.
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ.




