
ଲୁଦ୍ଧି ନାଲାରେ ବିନା ସୁଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର ଦୁଇଟି ଚେକ ଡେମ କାର୍ଯ୍ୟ ନିମ୍ନ ମାନର କାର୍ଯ୍ୟ କୁନେଇ ଅଭିଯୋଗ,
)ଲୁଦ୍ଧୀ ନାଳରେ ଦୁଇଟି ଚେକ ଡେମ ବିନା ସୁଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଲୁଦ୍ଧି ନାଳାରେ ଦୁଇଟି ଚେକ୍ ଡେମ କାର୍ଯ୍ଯ ଚାଲିଛି, ଗୋଟିଏ ଚେକଡେମ ସମ୍ପୂର୍ଣ୍ଣ ହେବା ବେଳେ ଆଉ ଗୋଟିଏର କାର୍ଯ୍ୟ ଆରମ୍ଭ ହେଉଛି, ହେଲେ କେଉଁ ବିଭାଗର କାମ ଓ କେତେ ଟଙ୍କାର ଅନୁଦାନ ଅର୍ଥ ରାଶି ଆସିଛି ତାହା ଜାଣିବା ପାଇଁ କୌଣସି ପ୍ରକାର ସୁଚନା ବୋର୍ଡ ନାହି, ଏ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି, ପୁଣି ସେହି କାର୍ଯ୍ଯ ଅତି ନିମ୍ନ ମାନର କାର୍ଯ୍ୟ ଚାଲିଛି, ଓ ଜେଇ ଙ୍କ ମଧୁ ଚନ୍ଦ୍ରିକା ଥିବା ବେଳେ ସଠିକ ଭାବରେ କାର୍ଯ୍ୟ ଚାଲୁ ନାହି ବୋଲି ଅଞ୍ଚଳର ବୁଦ୍ଧି ଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଇ ଥିଲା ବେଳେ ସମାଜ ସେବୀ ତଥା ଫରଙ୍ଗ ପଂଚାୟତ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ନିକଟରେ ତାଙ୍କର ବୟାନ ଦେଇ ଥିବା ବେଳେ ମୁନସି ଓ ମିସ୍ତ୍ରୀ ମଧ୍ୟ ସ୍ବୀକାର କରିଛନ୍ତି, ଏ ସମ୍ପର୍କରେ ଜେଇ ଶୈଳେଶ କୁମାର ଧନ୍ବାର ମହାଶୟ ଙ୍କୁ ଫୋନ ଯୋଗେ ଅନେକ ଥର ଯୋଗା ଯୋଗ କରି ଥିଲେ ମଧ୍ୟ ଫୋନ କଲ୍ ଗ୍ରହଣ କରୁ ନାହାନ୍ତି, ଏ ନେଇ ଆଜି ଧର୍ମଗଡ଼ ଅଫିସ ସମ୍ମୁଖରେ ସାକ୍ଷାତ କରି ପଚାରିବାରୁ ଠିକ ଭାବେ କାର୍ଯ୍ୟ ଚାଲିଛି ବୋଲି କହି ଥିଲେ, ଗୋଟିଏ ଚେକ ଡେମର କାର୍ଯ୍ୟ ସମ୍ପନ୍ନ ହେଉ ଥିବା ବେଳେ ଅନ୍ୟ ଚେକଡେମ କାର୍ଯ୍ଯ ଆରମ୍ଭ ହେଉଛି ହେଲେ ସୂଚନା ଫଳକ ଏ ପର୍ଯ୍ୟନ୍ତ ନ ଥିବାରୁ ସ୍ଥାନୀୟ ଲୋକମାନେ ଆଶଙ୍କା ପ୍ରକାଶ ପାଇଛି ଯେ ଠିକାଦାର ଓ ଯେଇ ଙ୍କ ମଧୁ ଚନ୍ଦ୍ରିକାରେ ମନମୁଖୀ କାର୍ଯ୍ୟ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି, ଉଚ୍ଚ କର୍ତ୍ତପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ବୁଦ୍ଧି ଯିବି ମହଲରେ ଦାବି କରିଛନ୍ତି,ଆସନ୍ତୁ ଶୁଣିବା ସମାଜ ସେବୀ ଉଦିଆ ନୀଆଲ ଙ୍କ ପ୍ରତିକ୍ରିୟା,
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



