ଭୁବନେଶ୍ୱର: ଏସସିବି ଟ୍ରାଜେଡିକୁ ନେଇ ବିଧାନସଭା ପରିସରରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା କରିଛନ୍ତି ବିଜେଡି ସଦସ୍ୟ ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ରାମ ନାମ ସତ୍ୟ ହେ ଧ୍ୱନିରେ ପ୍ରକମ୍ପିତ ହେଉଛି ବିଧାନସଭା ପରିସର । ସୂଚନାଥାଉକି, ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟି ୧୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।
ତାହାକୁ କେନ୍ଦ୍ର କରି ବିରୋଧୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନୂଆ ଢଙ୍ଗରେ ପ୍ରତିବାଦ କରିଛନ୍ତି ବିରୋଧୀ। କୋକେଇକୁ ନେଇ ବିରୋଧୀ ଚାରିପଟେ ବସି କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଗୃହ ମୁଲତବୀ ପରେ ବିଧାନସଭା ବାହାରେ ହାଇଡ୍ରାମା କରିଛନ୍ତି ବିଜେଡି, କଂଗ୍ରେସ ସଦସ୍ୟ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

