“ଶିକ୍ଷିତ କିଶୋରୀ, ସଶକ୍ତ ଭାରତ:
ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ”

ବରଗଡ:୧୮/୩(ପବିତ୍ର ମେହେର)
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ମୁରୁମକେଲ ସ୍ଥିତ ପି.ଏମ୍. ଶ୍ରୀ ବିଦ୍ୟାଳୟ ପରିସରରେ କିଶୋରୀ ବାଳିକା ମାନଙ୍କର ଶିକ୍ଷା ଓ ସଚେତନତା ବୃଦ୍ଧି ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ସହ ସେମାନଙ୍କର ବ୍ୟକ୍ତିତ୍ୱ ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଜପତି ଡନସନା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା ଓ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ବନ୍ଦିତା ପଧାନ ସାଧନ କର୍ମୀ ଭାବରେ ଯୋଗ ଦେଇ ଥିଲେ । ସାଧନ କର୍ମୀ ମାନେ କିଶୋରୀ ଅବସ୍ଥାରେ ହେଉଥିବା ଶାରୀରିକ, ବୌଦ୍ଦିକ ଓ ଆବେଗିକ ପରିବର୍ତ୍ତନ ସହ ଏହି ସମୟରେ ଶିକ୍ଷାର ଗୁରୁତ୍ୱ ଏବଂ ସମାଜରେ ନାରୀ ଶିକ୍ଷାର ଆବଶ୍ୟକତା କର୍ତ୍ତବ୍ୟ ଓ ଦାୟିତ୍ଵ ଉପରେ ସାଧନକର୍ମି ଆଲୋକପାତ କରିଥିଲେ। ସମାଜରେ ନାରୀମାନଙ୍କର, ବାଳିକା ଶିଶୁ ମାନଙ୍କ ର ସ୍ୱାସ୍ଥ୍ୟ ରକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। । ନାରୀ ମାନଙ୍କର ସୁରକ୍ଷା,ସାଇବର ସୁରକ୍ଷା ଆଦି ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରି ବାଳିକା ଶିଶୁ ମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ କିଶୋରୀ ବାଳିକା ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଦେବଦତ୍ତ ସାହୁ, ରୋହିତ ପାଣି, ଚନ୍ଦ୍ରମଣି ଶାହୁ, ମନୋଜ କୁମାର ଜାଲ,ପ୍ରହଲ୍ଲାଦ ସାହୁ, ନୋଦିତ କୁମାର ସାହୁ, ଜୀବର୍ଦ୍ଧନ ମେହେର,ସୁଧାଂଶୁ ଶେଖର ମିଶ୍ର, ସୁଧୀର କୁମାର ଦାଶ, ଶିକ୍ଷୟିତ୍ରୀ ପ୍ରଭାସିନୀ ସରାପ,ସଂଗୀତା ଭୋଇ ପ୍ରମୁଖ ସହଯୋଗ କରିଥିଲେ ।
ଶେଷରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପରମାନନ୍ଦ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।




